ମାଟି ତଳୁ ବାହାରିଲେ ପ୍ରଭୁ ଶ୍ରୀରାମ !

ଭଦ୍ରକ(ପାର୍ଥସାରଥୀ ନାୟକ): ଚାଷ ଜମିରୁ ମିଳିଲା ରାମଚନ୍ଦ୍ରଙ୍କ ଚିତ୍ର ଥିବା ପଥର ମୂର୍ତ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଅଞ୍ଚଳରୁ ମିଳିଛି ଏହି କଳାମୁଗୁନି ପଥରର ମୂର୍ତ୍ତି। ଗାଁର ରମେଶ ମଲ୍ଲିକ ନାମକ ଜଣେ ଚାଷୀ କ୍ଷେତରେ କାମ କରୁଥିବା ବେଳେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ଶୁଣିଥିଲେ। ପରେ ରମେଶ ମାଟି ଭିତରେ ଏକ କଳା ପଥର ମୂର୍ତ୍ତି ଦେଖିବାକୁ ପାଇଥିଲେ। ଭଗବାନ ରାମଙ୍କ ଚିତ୍ର ଥିବା ଦେଖି ସେ ମୂର୍ତ୍ତିଟିକୁ ଗାଁକୁ […]

bhafrakmmm

Tapaswini Nayak
  • Published: Friday, 31 July 2020
  • , Updated: 31 July 2020, 05:47 PM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଚାଷ ଜମିରୁ ମିଳିଲା ରାମଚନ୍ଦ୍ରଙ୍କ ଚିତ୍ର ଥିବା ପଥର ମୂର୍ତ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଅଞ୍ଚଳରୁ ମିଳିଛି ଏହି କଳାମୁଗୁନି ପଥରର ମୂର୍ତ୍ତି।

ଗାଁର ରମେଶ ମଲ୍ଲିକ ନାମକ ଜଣେ ଚାଷୀ କ୍ଷେତରେ କାମ କରୁଥିବା ବେଳେ ତାଙ୍କ କୋଦାଳରେ ପଥର ବାଜିବାର ଶବ୍ଦ ଶୁଣିଥିଲେ। ପରେ ରମେଶ ମାଟି ଭିତରେ ଏକ କଳା ପଥର ମୂର୍ତ୍ତି ଦେଖିବାକୁ ପାଇଥିଲେ। ଭଗବାନ ରାମଙ୍କ ଚିତ୍ର ଥିବା ଦେଖି ସେ ମୂର୍ତ୍ତିଟିକୁ ଗାଁକୁ ନେଇ ଯାଇଥିଲେ। କଳା ମୁଗୁନି ପଥର ମୂର୍ତ୍ତିରେ ଭଗବାନ ରାମଙ୍କ ଚିତ୍ର ଖୋଦେଇ ହୋଇଛି। ଏହା ଏକ ବିରଳ ମୂର୍ତ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ବିରଳ ମୂର୍ତ୍ତି ବିଲରୁ ପାଇବା ପରେ ଗାଁରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Related story