+୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ +୩ କଳା, ବାଣିଜ୍ୟ ଓ ବିଜ୍ଞାନର ଷଷ୍ଠ ସେମିଷ୍ଟର ପରୀକ୍ଷା ହେବ। ଏହି ପରୀକ୍ଷା ସେପ୍ଟେମ୍ୱର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖରେ ଶେଷ ହେବ। ସମସ୍ତ ଥିଓରି ପେପର ପାଇଁ ୧ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ୧ ଘଣ୍ଟାରେ OMR ବେସ୍‌ଡ ମଲ୍‌ଟିପୁଲ୍‌ ଚଏସ ଥିଓରୀ ପରୀକ୍ଷା ହେବ। ସେପ୍ଟେମ୍ୱର ୨୨ରୁ ୨୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଯଦି ଅନ୍‌ଲାଇନ୍‌ ସୁବିଧା […]

Utkal University

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 09:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ +୩ କଳା, ବାଣିଜ୍ୟ ଓ ବିଜ୍ଞାନର ଷଷ୍ଠ ସେମିଷ୍ଟର ପରୀକ୍ଷା ହେବ। ଏହି ପରୀକ୍ଷା ସେପ୍ଟେମ୍ୱର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖରେ ଶେଷ ହେବ। ସମସ୍ତ ଥିଓରି ପେପର ପାଇଁ ୧ ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ୧ ଘଣ୍ଟାରେ OMR ବେସ୍‌ଡ ମଲ୍‌ଟିପୁଲ୍‌ ଚଏସ ଥିଓରୀ ପରୀକ୍ଷା ହେବ। ସେପ୍ଟେମ୍ୱର ୨୨ରୁ ୨୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଯଦି ଅନ୍‌ଲାଇନ୍‌ ସୁବିଧା ନ ଥିବ, ତାହାହେଲେ ଛାତ୍ରଛାତ୍ରୀମାନେ କଲେଜ ଆସି ପ୍ରାକ୍ଟିକାଲ ଦେବେ।

ମହାମାରୀ କରୋନା ପାଇଁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅନ୍‌ଲକ୍‌-୧ରେ ସରକାର ଶିକ୍ଷାନୁଷ୍ଠାନ ଖୋଲିଥିଲେ। ମାତ୍ର ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ କର୍ମଚାରୀମାନେ ଶିକ୍ଷାନୁଷ୍ଠାନରେ କାମ କରିପାରିବେ।

Related story