ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ତାଙ୍କୁ ଅସମ୍ମାନ: ପିସିସି ସଭାପତି

ଭୁବନେଶ୍ୱର: ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନିନ୍ଦା କରିଛି କଂଗ୍ରେସ। ସ୍ଥାନାନ୍ତରିତ ବେଳେ ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ କରାଯାଇଥିବା କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ତରବରିଆ ଭାବେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରିବା ଠିକ୍ ହୋଇନି। ଏହା ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନ ଓ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି ବୋଲି ହରିଚନ୍ଦନ କହିଛନ୍ତି । ଏଥିପାଇଁ ସେ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି। ଏପରି କି ସ୍ଥାନାନ୍ତର ବେଳେ ଆଇନଗତ […]

prasad

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 02:05 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ଆଗରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନିନ୍ଦା କରିଛି କଂଗ୍ରେସ। ସ୍ଥାନାନ୍ତରିତ ବେଳେ ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ କରାଯାଇଥିବା କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ତରବରିଆ ଭାବେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରିବା ଠିକ୍ ହୋଇନି। ଏହା ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନ ଓ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି ବୋଲି ହରିଚନ୍ଦନ କହିଛନ୍ତି । ଏଥିପାଇଁ ସେ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି। ଏପରି କି ସ୍ଥାନାନ୍ତର ବେଳେ ଆଇନଗତ ଦିଗକୁ ମଧ୍ୟ ଧ୍ୟାନ ଦିଆଯାଇନି ବୋଲି ପ୍ରସାଦ କହିଛନ୍ତି। ପ୍ରସାଦଙ୍କ ଅଭିଯୋଗର ଉତ୍ତର ବିଜେଡି ପକ୍ଷରୁ ଦିଆଯାଇଛି। ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ, ପ୍ରସାଦ ହରିଚନ୍ଦନଙ୍କ ମୁହଁରୁ ଏହା ଶୋଭାଯାଉନାହିଁ । କଂଗ୍ରେସ ୫୦ବର୍ଷ ଶାସନ ସମୟ ମଧ୍ୟରେ ଗୋପବନ୍ଧୁଙ୍କ ସମ୍ମାନ ପାଇଁ କିଛି କରିନାହିଁ। ନବକଳେବରର ପ୍ରଥମ ରଥଯାତ୍ରା ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହେବ। ଲୋକଙ୍କ ସୁବିଧା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପ୍ରତିମୂର୍ତ୍ତି ଉଠାଯାଇଛି। ଗୋପବନ୍ଧୁ ଦାସଙ୍କୁ ଅସମ୍ମାନ କରାଯାଇନାହିଁ, ଶୀଘ୍ର ତାଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାପନ କରାଯିବ ବୋଲି ବିଜେଡି ମୁଖପାତ୍ର ଜେନା କହିଛନ୍ତି।

Related story