ଏପ୍ରିଲ ପହିଲାରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକା: କେଉଁ ମାନଙ୍କୁ ମିଳିବ ପ୍ରାଥମିକତା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏପ୍ରିଲ ୧ରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକାକରଣବେଳେ ରାସ୍ତାକଡ଼ର ଦୋକାନୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷା, ସେଲୁନ୍ କାରିଗର, ସିକ୍ୟୁରିଟି ଗାର୍ଡ, ରେଷ୍ଟୁରାଣ୍ଟ ଷ୍ଟାଫ, ମନ୍ଦିର,ଚର୍ଚ୍ଚ ଓ ମସଜିଦ ପୂଜକଙ୍କୁ ପ୍ରାଥମିକତା ଦିଆଯିବ। ରାଜ୍ୟ […]

Vaccination

Ordigital Desk
  • Published: Tuesday, 30 March 2021
  • , Updated: 30 March 2021, 10:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏପ୍ରିଲ ୧ରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକାକରଣବେଳେ ରାସ୍ତାକଡ଼ର ଦୋକାନୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷା, ସେଲୁନ୍ କାରିଗର, ସିକ୍ୟୁରିଟି ଗାର୍ଡ, ରେଷ୍ଟୁରାଣ୍ଟ ଷ୍ଟାଫ, ମନ୍ଦିର,ଚର୍ଚ୍ଚ ଓ ମସଜିଦ ପୂଜକଙ୍କୁ ପ୍ରାଥମିକତା ଦିଆଯିବ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କୋଭିଡ ଟିକାକରଣରେ ୪୫ବର୍ଷରୁ ଅଧିକ କେଉଁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦେବେ ତା’ର ଏକ ତାଲିକା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଏପ୍ରିଲ ପହିଲାରୁ ୪୫ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ଥିବାବେଳେ ଏପ୍ରିଲ ପହିଲାରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ ଟୀକା ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲାୱାରି ଟାର୍ଗେଟ୍ ମଧ୍ୟ ଦିଆଯାଇଛି। ଏପ୍ରିଲ ୧ ଓ ୨ତାରିଖ ସରକାରୀ ଛୁଟି ରହିଥିଲେ ମଧ୍ୟ ଉକ୍ତ ଦିନ ଟିକାକରଣ ଜାରି ରହିବ ବୋଲି ସେ କହିଛନ୍ତି। ଦୈନିକ ଟିକାକରଣ ଟାର୍ଗେଟକୁ ପୂରଣ କରିବାକୁ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ଯେଉଁମାନେ ସବୁବେଳେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଟିକାକରଣବେଳେ ପ୍ରାଥମିକତା ଦେବା ସହ ନିର୍ଦ୍ଧାରିତ ଅଧିକ ମଧ୍ୟରେ ଏସବୁ ଲୋକଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ କୋଭିଡ୍ ଟିକା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିକାକରଣ ସମେତ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନକୁ ବଜାୟ ରଖିବାକୁ କୁହାଯାଇଛି।

କୋଭିଡ୍ ନିୟମ ଭାଙ୍ଗୁଥିବା କିଛି ଦୋକାନକୁ ସିଲ୍ କରି କଡ଼ା କାର୍ଯ୍ୟାନୁଷ୍ଠାନର ସନ୍ଦେଶ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏପରି ମାଧ୍ୟମରେ କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକି ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related story