ରାଜଧାନୀରେ ଚାଲିଛି ପ୍ରିକସନ୍‌ ଡୋଜ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ମାଗଣା ପ୍ରିକସନ୍‌ ଡୋଜ ଟିକାକରଣ। ଭୁବନେଶ୍ୱରର ୧୯ଟି ସେଣ୍ଟରରେ ଏହି ଟିକାକରଣ ଚାଲିଛି। ୟୁନିଟ୍‌-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ। BMC targets to Vaccinate around 8,00,000+ people with #COVID19 […]

Covid

Manoranjan Sial
  • Published: Friday, 15 July 2022
  • , Updated: 15 July 2022, 04:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ମାଗଣା ପ୍ରିକସନ୍‌ ଡୋଜ ଟିକାକରଣ। ଭୁବନେଶ୍ୱରର ୧୯ଟି ସେଣ୍ଟରରେ ଏହି ଟିକାକରଣ ଚାଲିଛି। ୟୁନିଟ୍‌-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ।

https://twitter.com/bmcbbsr/status/1547865369045377024?s=20&t=5vmj1cgYIMMxh8_2SDVyVg

ବିଏମ୍‌ସି କମିଶନର କହିଛନ୍ତି, ସବୁ ସେଣ୍ଟରର ଟିକାକରଣ ନେଇ ଜନସାଧାରଣଙ୍କୁ ଆଗୁଆ ସୂଚନା ଦିଆଯାଉଛି। କ୍ୟାମ୍ପେନ ମୋଡ୍‌ରେ ଟିକାକରଣ କରାଯିବ। ବିଏମସି ଅଞ୍ଚଳରେ କୋଭିଡ୍‌ ବଢ଼ୁଥିବାରୁ ଟିକାକରଣ ତ୍ୱରାନ୍ୱିତ କରାଯିବା ସହ ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି। ଏବେ ଦୈନିକ ୩ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି। ଟେଷ୍ଟିଂକୁ ଦ୍ୱି’ଗୁଣିତ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଲୋକମାନେ ବୁଷ୍ଟର ଡୋଜ୍‌ ନିଅନ୍ତୁ। ସମସ୍ତେ ମିଳିମିଶି ଆମେ କୋଭିଡ୍‌ ସଂକ୍ରମଣକୁ କମାଇପାରିବ ବୋଲି କମିଶନର କହିଛନ୍ତି।

 

Related story