‘ଡିସେମ୍ବର ସୁଦ୍ଧା ସରିପାରେ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ, ତା’ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ।’ ଆଜି ଏହି  ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ସେ  କହିଛନ୍ତି, ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ।  ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା  ଦିଆଯାଇସାରିଛି।  ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ […]

Bijay Panigrahi

Tapaswini Nayak
  • Published: Tuesday, 31 August 2021
  • , Updated: 31 August 2021, 02:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ, ତା’ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ।’ ଆଜି ଏହି  ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେ  କହିଛନ୍ତି, ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ।  ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା  ଦିଆଯାଇସାରିଛି।  ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି।  ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ପାଇଛନ୍ତି। କୋଭିଶିଲ୍ଡ ୨୮ ଲକ୍ଷ ୫୪ ହଜାର ଡୋଜ ଏବଂ କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଡୋଜ ମହଜୁଦ ରହିଛି।

ଯେଉଁ ମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି, ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକଙ୍କ ସହ ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି।  ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ।  କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି  ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି।  ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି। ସେହିପରି ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ।  ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ନୂଆ ଭ୍ୟାରିଆଣ୍ଟ ସି-୧-୨କୁ ନେଇ ସବିଶେଷ ତଥ୍ୟ ନାହିଁ।  ଭାରତରେ ଏଭଳି ଭ୍ୟାରିଆଣ୍ଟ ଚିହ୍ନଟ ହୋଇନାହିଁ।

Related story