ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଓ ଟିକାକରଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନିର୍ଦ୍ଦେଶ ଆସିଛି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ବି କ୍ୟାଟେଗୋରୀରେ ଥିବା ଜିଲ୍ଲାଗୁଡ଼ିକରେ ଅନକଣ୍ଟ୍ରୋଲ ମୁଭମେଣ୍ଟ ଅଛି। ସରକାର ସେଠାରେ ଗ୍ରାଜୁଆଲି ଅନଲକ୍ ଆରମ୍ଭ କରିଛନ୍ତି। ଭାଇରସକୁ ଅନୁକୂଳ ପରିବେଶ ମିଳିବା ଯୋଗୁଁ ଟ୍ରାନ୍ସମିସନ ହେଉଛି। ଆମେ ସମସ୍ତେ ଗାଇଡଲାଇନ୍ ମାନିଲେ ସଂକ୍ରମଣ ନିଶ୍ଚିତ କମିବ। ଆଶା କରୁଛୁ ଜୁଲାଇ ମଧ୍ୟଭାଗ ବେଳକୁ ରାଜ୍ୟରେ ପଜିଟିଭ କେସ୍ କମିବ।
ସେ ଆହୁରି କରିଛନ୍ତି ଯେ, ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ଆରମ୍ଭ କରାଯିବ। ଏବେ ୫ ଶହ ରୋଗୀ ଭେଣ୍ଟିଲେଟର, ଆଇସିୟୁରେ ୨ ହଜାର ରୋଗୀ ଅଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩୧୨ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଜଣ ଥିବା ବେଳେ କଟକରୁ ୪୬୨, ବାଲେଶ୍ୱର ୨୪୬, ଯାଜପୁରରୁ ୨୦୫, ପୁରୀରୁ ୧୮୯, ମୟୂରଭଞ୍ଜରୁ ୧୫୪, ଭଦ୍ରକରୁ ୧୪୫ ଓ ନୟାଗଡ଼ ଜିଲ୍ଲାରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ୪୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରର ୪ ଜଣ ଲେଖାଏଁ, ବରଗଡ଼ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଏବଂ ଅନୁଗୋଳ, ସମ୍ବଲପୁର ଓ କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।