ଶନିବାରଠାରୁ ଓଡ଼ିଶାରେ ଟିକାକରଣ, ଭୁବନେଶ୍ୱରରେ ଖୋଲିବ ୫ଟି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ରାଜ୍ୟରେ ହେବ କୋଭିଡ୍ ଟିକାକରଣ। ସେଥିପାଇଁ ୧୬୦ଟି ଟିକାକରଣ କେନ୍ଦ୍ର କରାଯାଇଛି। ସେଥିରୁ ଭୁବନେଶ୍ୱରରେ ୫ଟି କେନ୍ଦ୍ର। ଏହାଛଡ଼ା ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍‌ ହସପିଟାଲରେ ଟୁ ୱେ କମ୍ୟୁନିକେସନ ରହିବ। ଅର୍ଥାତ ଏହି ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇପାରିବେ। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟୟକ୍ରମେ ଅଧିକ ଟିକା ପହଞ୍ଚିବା ପରେ ଅଧିକ […]

va

Manoranjan Sial
  • Published: Tuesday, 12 January 2021
  • , Updated: 12 January 2021, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ରାଜ୍ୟରେ ହେବ କୋଭିଡ୍ ଟିକାକରଣ। ସେଥିପାଇଁ ୧୬୦ଟି ଟିକାକରଣ କେନ୍ଦ୍ର କରାଯାଇଛି। ସେଥିରୁ ଭୁବନେଶ୍ୱରରେ ୫ଟି କେନ୍ଦ୍ର। ଏହାଛଡ଼ା ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍‌ ହସପିଟାଲରେ ଟୁ ୱେ କମ୍ୟୁନିକେସନ ରହିବ। ଅର୍ଥାତ ଏହି ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇପାରିବେ।

ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟୟକ୍ରମେ ଅଧିକ ଟିକା ପହଞ୍ଚିବା ପରେ ଅଧିକ ସେଣ୍ଟର କରାଯାଇ ଟିକାଦନ ବ୍ୟବସ୍ଥା କରାଯିବ। ଜିଲ୍ଲା ଭ୍ୟାକ୍ସିନ୍ ଷ୍ଟୋରରୁ କୋଲ୍‌ଡ ଚେନ୍‌ ପଏଣ୍ଟ ଦେଇ ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭ୍ୟାକସିନ। ସେଠାରେ ଟିକାଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପରିବରା କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ୧୬ ତାରିଖରୁ ୫ଟି ସେଣ୍ଟର ଯଥା- କ୍ୟାପିଟାଲ୍‌ ହସ୍ପିଟାଲ୍‌, ଯୁନିଟ-୪, ବିଏମ୍‌ସି ହସ୍ପିଟାଲ୍‌, ସମ ଓ କିମ୍ସ ହସ୍ପିଟାଲ୍‌ରେ ଟିକା ଦିଆଯିବ ବୋଲି ବିଏମ୍‌ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ମଙ୍ଗଳବାର କୋଭିଡ୍‌ ଟିକା ଓଡ଼ିଶାରେ ପହଞ୍ଚିଛି। ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ପୁଲିସ୍ ପାଇଲଟିଂରେ ସିଧାସଳଖ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ନିଆଯାଇଥିଲା। ଯେଉଁଠି ଆଇସ୍ ଲାଇନ୍‌ଡ ରେଫ୍ରିଜେଟର ସମେତ ରହିଛି ସମସ୍ତ ପ୍ରକାର ବ୍ୟବସ୍ଥା। ଏଠାରୁ ବିଭିନ୍ନ ଜିଲ୍ଲାର ଭ୍ୟାକସିନ୍ ଷ୍ଟୋରକୁ ଯିବ ଟିକା। ଆଜିଠାରୁ ଜିଲ୍ଲାଗୁଡ଼ିକୁ ଟିକା ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮୦୦ ଭାଇଲସ୍‌ ବା ଛୋଟ ସିସି ଆସିଛି। ଗୋଟିଏ ସିସିରେ ୫ ମିଳିଗ୍ରାମ ଅର୍ଥାତ ୧୦ ଜଣଙ୍କୁ ସିଙ୍ଗିଲ୍‌ ଡୋଜ ଦିଆଯାଇପାରିବ। ଏହାକୁ ହିସାବ କଲେ ଏବେ ୪ଲକ୍ଷ ୮ ହଜାର ଡୋଜ ରହିଛି। ଏଥିରେ ୧ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ଟିକାକରଣ କରାଯାଇପାରିବ। ତେବେ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନେସନ ବେଳେ ବୟସ୍କ ସ୍ୱାସ୍ଥ୍ୟକର୍ମୀ, ହାଇରିସ୍କ ଗ୍ରୁପ୍‌ ଓ କରୋନା ପ୍ରଭାବ ଅଧିକ ଥିବା ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ଗୁରୁତ୍ୱ ଦିଆଯିବ। ଆଗକୁ କୋଭାକ୍ସିନ୍‌ର ୨୦ ହଜାର ଡୋଜ ଆସିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର।

Related story