Advertisment

କାଲି ୯ଟାରୁ ଟିକାକରଣ, ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ ଟିକାକରଣ।  ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ମିଳିପାରିନି। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ। ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି । ଗତକାଲିଠାରୁ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ […]

ଅଦ୍ୟତନ ହୋଇଛି
କାଲି ୯ଟାରୁ ଟିକାକରଣ, ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା

vvv

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ ଟିକାକରଣ।  ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ମିଳିପାରିନି।

Advertisment

ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ। ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି । ଗତକାଲିଠାରୁ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ SMS ପଠାଯାଉଥିବା ବେଳେ ତାହା ଆଧାରରେ ଆସନ୍ତାକାଲିଠୁ ଆରମ୍ଭ ହେବ ଟିକାକରଣ।

ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଭ୍ୟାକସିନ୍ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି।

Advertisment

ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ଯେତିକି ଭ୍ୟାକ୍ସିନ ପାଇଛି ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ରାଜଧାନୀର ମୋଟ୍ ୬ଟି ହସ୍ପିଟାଲରେ ଟୀକାକରଣ କରାଯିବ । କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪, ବିଏମ୍‌ସି ହସ୍ପିଟାଲ, କିମ୍ସ , ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ କୋଭିଡ୍ ଟିକାକରଣ କରାଯିବ । ପ୍ରତି ଭ୍ୟାକ୍ସିନେସନ୍ ସେଣ୍ଟରରେ ୧୦୦ ଜଣ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟିକା ଦିଆଯିବ ।

ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଟିକାକରଣ ଲାଗି ଚାଲିଛି ଜୋରାଦର ପ୍ରସ୍ତୁତି।  ଷ୍ଟେଟ ଭ୍ୟାକସିନ ଷ୍ଟୋରରୁ ବିଭିନ୍ନ ଜିଲ୍ଲାକୁ କୋଭାସିଲ୍‌ଡ ଟିକା ପଠାଯାଇଛି। ସେଠାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ରଖାଯାଇଛି।  ଭୁବନେଶ୍ୱର ଭଳି କଟକ ମହାନଗର ନିଗମରେ ମଧ୍ୟ ୫ଟି ସ୍ଥାନରେ ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ।

ସୂଚନାଯୋଗ୍ୟ, କୋଭାକ୍ସିନ୍‌ ଟିକା ସହରାଞ୍ଚଳରେ ଦେବାକୁ ସ୍ଥିର ହୋଇଥିବା ବେଳେ ଗ୍ରାମାଞ୍ଚଳରେ କୋଭିସିଲ୍‌ଡ ଟିକା ଦେବାକୁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। କୋଭିସିଲ୍‌ଡର ଗୋଟିଏ ଶିଶିରେ ୫ ଏମ୍‌ଏଲ୍‌ ଅର୍ଥାତ ୧୦ ଜଣଙ୍କ ପାଇଁ ଡୋଜ ରହୁଥିବା ବେଳେ କୋଭାକ୍ସିନର ପ୍ରତି ଶିଶିରେ ୧୦ ଏମ୍‌ଏଲ୍‌ ଅର୍ଥାତ ୨୦ ଜଣଙ୍କୁ ଟିକା ଦିଆଯାଇପାରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe