ରାଜାଙ୍କୁ ଜବାବ ଦେଲେ ନନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପ୍ରଚାରରେ ଟିକା ପାଲା । ବିହାରବାସୀଙ୍କୁ ମାଗଣା ଟିକା ପ୍ରତିଶ୍ରୁତି ଦେଲ, ହେଲେ ଓଡ଼ିଶା ପାଇଁ କାହିଁକି ନୁହେଁ ବୋଲି ଗତକାଲି ବିଜେପିକୁ ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଟାର୍ଗେଟର ଆଜି ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି ଭାରତ ସରକାର ସମଗ୍ର ଦେଶବାସୀଙ୍କୁ ମାଗଣା ଟିକା ବ୍ୟବସ୍ଥା କରୁଛନ୍ତି, ଓଡ଼ିଶା କଣ ତା’ ବାହାରେ? ସେପଟେ ବିଜେଡି କହିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି ନହେଉ । ତେଣେ କିନ୍ତୁ ଉଭୟ […]

jnb

Tapas Behera
  • Published: Monday, 26 October 2020
  • , Updated: 26 October 2020, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉପନିର୍ବାଚନ ପ୍ରଚାରରେ ଟିକା ପାଲା । ବିହାରବାସୀଙ୍କୁ ମାଗଣା ଟିକା ପ୍ରତିଶ୍ରୁତି ଦେଲ, ହେଲେ ଓଡ଼ିଶା ପାଇଁ କାହିଁକି ନୁହେଁ ବୋଲି ଗତକାଲି ବିଜେପିକୁ ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ଟାର୍ଗେଟର ଆଜି ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି ଭାରତ ସରକାର ସମଗ୍ର ଦେଶବାସୀଙ୍କୁ ମାଗଣା ଟିକା ବ୍ୟବସ୍ଥା କରୁଛନ୍ତି, ଓଡ଼ିଶା କଣ ତା’ ବାହାରେ? ସେପଟେ ବିଜେଡି କହିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି ନହେଉ । ତେଣେ କିନ୍ତୁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ଘମାସାନ ହେଉଛି ପ୍ରଚାର।

ଉପନିର୍ବାଚନ ପ୍ରଚାରବେଳେ କରୋନା ଟିକା ବାକ୍‌ଯୁଦ୍ଧ । ଟିକା ପ୍ରସଙ୍ଗ ଉଠାଇ ଗତକାଲି ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ମନ୍ତବ୍ୟର ଆଜି ସିଧାସଖଳ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ବିହାରରେ ବିଧାନସଭା ନିର୍ବାଚନ ହେଉଛି, ତେଣୁ ସେଠି ଦଳର ଇସ୍ତାହାର ପ୍ରକାଶ ପାଇଛି ଓ ସେଥିରେ ମାଗଣା କରୋନା ଟିକା ପ୍ରତିଶ୍ରୁତି ଦିଆଯାଇଛି।  ତେବେ ଓଡ଼ିଶାରେ ଉପନିର୍ବାଚନ ପାଇଁ କଣ ଦଳ ଆଉ ଗୋଟେ ଇସ୍ତାହାର କରିବ କି ବୋଲି ପ୍ରଶ୍ନ କରିଛନ୍ତି? ତାସହ କୋଭିଡ୍ ଚିକିତ୍ସା ଲାଗି କେନ୍ଦ୍ରରୁ ରାଜ୍ୟକୁ ଆସିଥିବା ଟଙ୍କାର ବାଟମାରଣା ଲୁଚାଇବାକୁ ବିଜେଡି କରୋନାଟିକାକୁ ଅପ୍ରସଙ୍ଗ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରତାପ । ସେହିପରି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି-ଭାରତ ସରକାର ସାରା ଦେଶବାସୀଙ୍କୁ ଶୀଘ୍ର ଟୀକା ଦେବାକୁ ଜଣ ପିଛା ୫୫୦ ଟଙ୍କା ହିସାବରେ ୮୦ ହଜାର କୋଟିର ବ୍ୟୟ ବରାଦ ରହିଛି । ଆଉ ପିସିସି ସଭାପତି କହିଛନ୍ତି ସବୁ ଟିକା ସରକାର ମାଗଣାରେ ହିଁ ଯୋଗାଇଥାନ୍ତି । ତେଣୁ ତୁଛା ପ୍ରତିଶ୍ରୁତି କାହିଁକି ତେଣେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି କରାଯିବା ଅନୁଚିତ୍।

ସେପଟେ ଉପନିର୍ବାଚନ ପ୍ରଚାର ସରିବାକୁ ହାତରେ ଆଉ ମାତ୍ର ୬ଦିନ ବାକି ରହିଛି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ତିନି ପ୍ରମୁଖ ଦଳର କ୍ୟାମ୍ପେନିଂ ସରଗରମ ଚାଲିଛି । ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦଳର ଷ୍ଟାର ପ୍ରଚାରକମାନେ କେଉଁଠି ବାଇକ୍ ରାଲି ତ କେଉଁଠି କର୍ମୀଙ୍କୁ ଏକାଠି କରି ପଥପ୍ରାନ୍ତ ସଭା କରି ଭୋଟରଙ୍କୁ ହାତେଇବାକୁ ଜୀ ଜାନ୍ ଲଗାଇଛନ୍ତି । ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଛାନୁଆ ପଞ୍ଚାୟତରେ ବିଜେଡି ବାଇକ୍ ରାଲି ସହ ସାଧାରଣ ସଭା କରିଥିବାବେଳେ ବିଜେପି ପକ୍ଷରୁ ଜଳେଶ୍ୱରର ବୁଆଁଳ ଓ ସିନ୍ଧିଆ ପଞ୍ଚାୟତରେ ବାଇକ୍ ରାଲି ସହ କ୍ୟାମ୍ପେନିଂ ହୋଇଛି । ସେହିପରି କଂଗ୍ରେସ ପକ୍ଷରୁ ଗୋପାଳଗାଁ, ଫାଣ୍ଡିଛକ, ଚିଡ଼ଇାପୋଲ ଓ ସିନେମାବଜାରରେ ପଥପ୍ରାନ୍ତ ସଭା ହୋଇଛି । ସେପଟେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରଘୁନାଥପୁରରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବାଇକ୍ ରାଲି କରି ଭୋଟରଙ୍କ ପାଖରେ ପହଞ୍ଚିଥିବାବେଳେ ବିଜେଡି ପକ୍ଷରୁ ମୁଳିସିଂହ, କନକପୁର ଆଦି ସ୍ଥାନରେ ରାଜ୍ୟସଭା ସାସଂଦ ମୁନ୍ନା ଖାଁ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିଛନ୍ତି । ବିରିଡ଼ିରେ କଂଗ୍ରେସକୁ ସମର୍ଥନ ଦେଉଥିବା ସିପିଏମ୍ କର୍ମୀଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।

Related story