‘ଓମିକ୍ରନରୁ ସୁରକ୍ଷା ଦେବ ଟିକା, ଗୁରୁତର ହେବା ଆଶଙ୍କା କମ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଓମିକ୍ରନ ଭାରିଏଣ୍ଟ ତା’ର କାୟାବିସ୍ତାର କରି ଚାଲିଛି। ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ଭାରତ ସହ ଓଡ଼ିଶାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଟିକା ଓମିକ୍ରନରୁ ସୁରକ୍ଷା ଦେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ  କହିଛନ୍ତି, ଯେଉଁମାନେ ଟିକା ଆଦୌ ନେଇ ନାହାନ୍ତି ସେମାନେ ସମସ୍ତେ ଯଥାଶୀଘ୍ର ଟିକା ନିଅନ୍ତୁ। ଟିକା ଶହେ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକ୍ସନ ଦେବ। […]

Health and Family Welfare Director Bijay Panigrahi.

Tapaswini Nayak
  • Published: Tuesday, 14 December 2021
  • , Updated: 14 December 2021, 02:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଓମିକ୍ରନ ଭାରିଏଣ୍ଟ ତା’ର କାୟାବିସ୍ତାର କରି ଚାଲିଛି। ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ଭାରତ ସହ ଓଡ଼ିଶାରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଟିକା ଓମିକ୍ରନରୁ ସୁରକ୍ଷା ଦେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ସେ  କହିଛନ୍ତି, ଯେଉଁମାନେ ଟିକା ଆଦୌ ନେଇ ନାହାନ୍ତି ସେମାନେ ସମସ୍ତେ ଯଥାଶୀଘ୍ର ଟିକା ନିଅନ୍ତୁ। ଟିକା ଶହେ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକ୍ସନ ଦେବ। ଟିକା ନେଲେ ଗୁରୁତର ହେବା, ହସପିଟାଲାଇଜ୍‌ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍ ରହିଛି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ କୁହାଯାଇଛି।  ଅନ୍ୟ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି। ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ।

ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି।  କେଉଁ ବ୍ଲକରେ ଲୋକେ ଟିକା ନେଇ ନାହାନ୍ତି, ସେମାନେ ତାର ଅନୁଧ୍ୟାନ କରୁଛନ୍ତି।  ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି, ତା’ହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ୪କୋଟି ୬୨ ଲକ୍ଷ ଡୋଜ୍ ଟିକା ଦିଆ ସାରିଲାଣି। ତେବେ  ୮୭.୪ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି।  ପ୍ରାୟ ୪୦ଲକ୍ଷ ଲୋକ ଆଦୌ  ଟିକା ନେଇନାହାନ୍ତି।

 

Related story