ମହାମାରୀ ସମୟରେ ଆଗେଇ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏପରି ସମୟରେ ଆଗକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋଭିଡ୍‌ ଗାଇଡଲାଇନ୍‌ ଭିତରେ ବର୍ଷା ଅସହାୟ ଓ ଗରିବ ଲୋକଙ୍କୁ ସହାୟତା କରୁଛନ୍ତି। କୋଭିଡ୍‌ ସମୟରେ ଭୁବନେଶ୍ୱର ସୁନ୍ଦରପଦାର ଅଭିରାମ ବସ୍ତିବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଖବର ପାଇ ବର୍ଷା ସେମାନଙ୍କୁ ସହାଯ୍ୟ କରିବା ପାଇଁ ଅଭିରାମ ବସ୍ତିରେ ପହଞ୍ଚି […]

Varsha Priyadarshini

Manoranjan Sial
  • Published: Friday, 30 April 2021
  • , Updated: 30 April 2021, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏପରି ସମୟରେ ଆଗକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋଭିଡ୍‌ ଗାଇଡଲାଇନ୍‌ ଭିତରେ ବର୍ଷା ଅସହାୟ ଓ ଗରିବ ଲୋକଙ୍କୁ ସହାୟତା କରୁଛନ୍ତି।

[caption id="attachment_639874" align="aligncenter" width="650"] ଅଭିରାମ ବସ୍ତିର ପିଲାଙ୍କ ସଙ୍ଗେ ବର୍ଷା[/caption]

କୋଭିଡ୍‌ ସମୟରେ ଭୁବନେଶ୍ୱର ସୁନ୍ଦରପଦାର ଅଭିରାମ ବସ୍ତିବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଖବର ପାଇ ବର୍ଷା ସେମାନଙ୍କୁ ସହାଯ୍ୟ କରିବା ପାଇଁ ଅଭିରାମ ବସ୍ତିରେ ପହଞ୍ଚି ଥିଲେ। ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସାହି ଲୋକଙ୍କୁ ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ କାଳିନ ସାମଗ୍ରୀ ଥିବା ପୁଡିଆ ବାଣ୍ଟିଥିଲେ।

[caption id="attachment_639875" align="aligncenter" width="650"] ଗରିବ ଲୋକଙ୍କୁ ସହାୟତା କରୁଛନ୍ତି ବର୍ଷା[/caption]

ବର୍ଷା ୩୦ରୁ ଊର୍ଦ୍ଧ୍ୱ ପରିବାରକୁ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ଏପରିକି ପିଲାମାନଙ୍କୁ ବିସ୍କୁଟ ମଧ୍ୟ ବାଣ୍ଟିଥିଲେ। କିଛି ଅସୁବିଧା ହେଲେ ସହାୟତା କରିବେ ବୋଲି ବର୍ଷା ଗଲା ବସ୍ତି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ।

Related story