ଆଳୁରେ ଆରାରୁଟ୍‌ ପାଉଡର ମିଶାଇ ତିଆରି ହେଉଛି ସସ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ପୁଣି ଗୋଟିଏ ଅପମିଶ୍ରିତ ସସ୍‌ କାରଖାନା ଠାବ ହୋଇଛି। ବଡ଼ବଜାର ଥାନା ସୋମନାଥପୁରରେ ଏକ ନାମୀ କମ୍ପାନୀ ନାଁରେ ଚାଲିଥିଲା ଏହି ଅପମିଶ୍ରିତ ସସ୍‌ କାରଖାନା। ଆଳୁରେ ଆରାରୁଟ୍‌ ପାଉଡର ମିଶା ଯାଇ ଏହି ସସ୍‌ ପ୍ରସ୍ତୁତ କରାଯାଉଥିଲା। ପୁଲିସ ଏଠାରୁ ପ୍ୟାକିଂ ମେସିନ, ୧୦ ହଜାରରୁ ଅଧିକ ସସ୍‌ ବୋତଲ ଓ ୧୦,୦୦୦ରୁ ଅଧିକ ଖାଲି ପ୍ଲାଷ୍ଟିକ ବୋତଲ ଜବତ କରିଛି। ଏହି କାରବାରରେ ଜଣଙ୍କୁ ପୁଲିସ ଗିରଫ କରି […]

tamoto

Manoranjan Sial
  • Published: Thursday, 28 January 2021
  • , Updated: 28 January 2021, 06:08 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ପୁଣି ଗୋଟିଏ ଅପମିଶ୍ରିତ ସସ୍‌ କାରଖାନା ଠାବ ହୋଇଛି। ବଡ଼ବଜାର ଥାନା ସୋମନାଥପୁରରେ ଏକ ନାମୀ କମ୍ପାନୀ ନାଁରେ ଚାଲିଥିଲା ଏହି ଅପମିଶ୍ରିତ ସସ୍‌ କାରଖାନା। ଆଳୁରେ ଆରାରୁଟ୍‌ ପାଉଡର ମିଶା ଯାଇ ଏହି ସସ୍‌ ପ୍ରସ୍ତୁତ କରାଯାଉଥିଲା। ପୁଲିସ ଏଠାରୁ ପ୍ୟାକିଂ ମେସିନ, ୧୦ ହଜାରରୁ ଅଧିକ ସସ୍‌ ବୋତଲ ଓ ୧୦,୦୦୦ରୁ ଅଧିକ ଖାଲି ପ୍ଲାଷ୍ଟିକ ବୋତଲ ଜବତ କରିଛି। ଏହି କାରବାରରେ ଜଣଙ୍କୁ ପୁଲିସ ଗିରଫ କରି ତନାଘନା ଜାରି ରଖିଛି।

ଆଳୁରେ ଆରାରୁଟ୍‌ ପାଉଡର ମିଶାଇ ଟମାଟୋ, ଚିଲି ଓ ସୋୟା ସସ୍‌ ପ୍ରସ୍ତୁତ କରାଯାଉଥିଲା। ଏହି ସସ୍‌କୁ ଏକ ବ୍ରାଣ୍ଡେଡ୍‌ କମ୍ପାନୀ ନାଁରେ ବିକ୍ରି କରାଯାଉଥିଲା। ରାସ୍ତା ପାର୍ଶ୍ୱରେ ଖୋଲା ଯାଇଥିବା ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ଏହି ସବୁ ସସ୍‌ ଯୋଗାଇ ଦିଆଯାଉଥିଲା।

ପୂର୍ବରୁ ସଦର ଥାନା ଅଞ୍ଚଳର ସୁକୁଣ୍ଡା ଗାଁରୁ ଏକ ନକଲି କୋଲ୍‌ଡ ଡ୍ରିଙ୍କ୍ସ କାରଖାନା ଠାବ ହୋଇଥିଲା। ବୋରୱେଲ୍‌ ପାଣିରେ ରଙ୍ଗ ଓ ସ୍ୱାଦ ଅନୁସାରେ ଫ୍ଲେବର ମିଶାଇ ତିଆରି ହେଉଥିଲା କୋଲ୍‌ଡ ଡ୍ରିଙ୍କ୍ସ। ଏହି ଡ୍ରିଙ୍କ୍ସକୁ ଗଞ୍ଜାମ ଓ ଆଖପାଖ ଜିଲ୍ଲାରେ ବିକ୍ରି କରାଯାଉଥିଲା। ପୁଲିସ ସେଠାରୁ ବିପୁଳ ପରିମାଣରେ ନକଲି କୋଲଡ୍‌ ଡ୍ରିଂଙ୍କ୍ସ ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ୭ଟି ମେସିନ ଜବତ କରିଥିଲା।

Related story