'ଆନାଲିସିସ ନ ସରିଲେ ଭ୍ୟାକ୍ସିନର ସଫଳତା ବଖାଣି ହେବନି'

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆନାଲିସିସ ନ ସରିବା ଯାଏଁ କୋଭିଡ୍‌ ଭ୍ୟାକ୍ସିନ କେତେ କାମ କରୁଛି, କୁହାଯାଇ ପାରିବନି। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଆଜି ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି-“ଭ୍ୟାକ୍ସିନ ଆମକୁ ୭୧ରୁ ୯୧% ସୁରକ୍ଷା ଦେଉଛି। ଆଣ୍ଟିବଡି ତିଆରି ହେଉଛି। ଭାଇରସ୍‌ ସହ ଆଣ୍ଟିବଡି କେତେ ଲଢ଼ି […]

Bijay Mohapatra

Niharika Rout
  • Published: Thursday, 17 June 2021
  • , Updated: 17 June 2021, 01:54 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆନାଲିସିସ ନ ସରିବା ଯାଏଁ କୋଭିଡ୍‌ ଭ୍ୟାକ୍ସିନ କେତେ କାମ କରୁଛି, କୁହାଯାଇ ପାରିବନି। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଆଜି ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି-“ଭ୍ୟାକ୍ସିନ ଆମକୁ ୭୧ରୁ ୯୧% ସୁରକ୍ଷା ଦେଉଛି। ଆଣ୍ଟିବଡି ତିଆରି ହେଉଛି। ଭାଇରସ୍‌ ସହ ଆଣ୍ଟିବଡି କେତେ ଲଢ଼ି ପାରୁଛି, ତା ଉପରେ ଲକ୍ଷଣ ନିର୍ଭର କରେ। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ବ୍ୟାପକ ସର୍ଭେଲାନ୍ସ କରାଯିବ। ୧୭ ଜିଲ୍ଲାରେ ସଂକ୍ରମଣ ଜଲଦି ଆରମ୍ଭ ହୋଇଥିଲା, ଶୀଘ୍ର କମିଲା। ଏହି ମାସ ଶେଷ ସୁଦ୍ଧା ସ୍ଥିତିରେ ସୁଧାର ଆସି ଯାଇଥିବ। ଏବେ ICUରେ ୫୪% ଓ ଭେଣ୍ଟିଲେଟରରେ ୫୬% ରୋଗୀ ଅଛନ୍ତି।”

Related story