ମାଇକ୍‌ରେ ବାଜୁଛି ପାଠ, ଘରେ ପଢ଼ୁଛନ୍ତି ପିଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ପାଖରେ ଶିକ୍ଷକ ନାହାନ୍ତି। ତଥାପି ପିଲାମାନେ ଘର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ମଝିରେ ମଝିରେ ନାଚୁଛନ୍ତି। ଗୀତ ମଧ୍ୟ ଗାଉଛନ୍ତି। ଏଥିପାଇଁ ସେମାନଙ୍କ ପାଖକୁ ଶିକ୍ଷକ ନୁହେଁ ମାଇକ୍‌ରେ ଆସୁଛି ବାର୍ତ୍ତା। ଯେଉଁ ପରାମର୍ଶ କିମ୍ୱା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ପିଲାମାନେ। ‘କରୋନା’ ମହାମାରୀ ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାର ଏପରି ଅଭିନବ ଉପାୟ ବାହାର କରିଛନ୍ତି ଛତିଶଗଡ଼ ବସ୍ତର ଜିଲ୍ଲାର ଭାଟ୍‌ପଲା ଗାଁ ଲୋକେ। ଆଉ ଗାଁ […]

malkangiri

malkangiri

Manoranjan Sial
  • Published: Thursday, 06 August 2020
  • Updated: 06 August 2020, 05:16 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ପାଖରେ ଶିକ୍ଷକ ନାହାନ୍ତି। ତଥାପି ପିଲାମାନେ ଘର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ମଝିରେ ମଝିରେ ନାଚୁଛନ୍ତି। ଗୀତ ମଧ୍ୟ ଗାଉଛନ୍ତି। ଏଥିପାଇଁ ସେମାନଙ୍କ ପାଖକୁ ଶିକ୍ଷକ ନୁହେଁ ମାଇକ୍‌ରେ ଆସୁଛି ବାର୍ତ୍ତା। ଯେଉଁ ପରାମର୍ଶ କିମ୍ୱା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ପିଲାମାନେ। ‘କରୋନା’ ମହାମାରୀ ବେଳେ ପିଲାମାନଙ୍କୁ ପାଠ ପଢ଼ାଇବାର ଏପରି ଅଭିନବ ଉପାୟ ବାହାର କରିଛନ୍ତି ଛତିଶଗଡ଼ ବସ୍ତର ଜିଲ୍ଲାର ଭାଟ୍‌ପଲା ଗାଁ ଲୋକେ। ଆଉ ଗାଁ ଲୋକଙ୍କ ଏପରି ପ୍ରୟାସକୁ ରାଜ୍ୟ ସରକାର ପ୍ରଶଂସା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ୫ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି।

ଛତିଶଗଡ଼ର ନକ୍ସଲ ପ୍ରବଣ ବସ୍ତର ଜିଲ୍ଲା। ଏହି ଜିଲ୍ଲାରେ ଭାଟ୍‌ପଲା ଗାଁ। ମହାମାରୀ କରୋନା ଯୋଗୁ ପୂରା ଦେଶ ଶଟ୍‌ଡାଉନ୍‌ ରହିଥିଲା। ପିଲାମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ବାରଣ କରାଗଲା। ଦୀର୍ଘ ୨ ମାସ ଧରି ପିଲାମାନେ ସ୍କୁଲ ଯାଇପାରି ନାହାନ୍ତି। କରୋନାର ମାୟା ଜାଲରୁ କେବେ ମୁକୁଳିବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତା’ହେଲେ ଏପରି ସମୟରେ ପିଲାମାନେ ପାଠ ପଢ଼ିବେ କେମିତି? ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ କେନ୍ଦ୍ର ସରକାର ଅନ୍‌ଲାଇନ୍‌ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଜ୍ୟ ସରକାର ପାଳନ କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଦୁର୍ଗମ ଅଞ୍ଚଳରେ ମୋବାଇଲ୍‌ ଟାୱାର ନାହିଁ ଓ ଲୋକମାନେ ଠିକ୍‌ରେ କଥା ହୋଇପାରୁ ନାହାନ୍ତ ସେଠି ପିଲାମାନେ ପାଠ ପଢ଼ିବେ କେମିତି? ଏହାର ସ୍ଥାୟୀ ପ୍ରତିକାର ବାହାର କରିଛନ୍ତି ଭାଟପଲା ଗାଁ ଲୋକେ।

ଗାଁ ମଝିରେ ଥିବା ଗଛରେ ବନ୍ଧା ଯାଇଛି ମାଇକ୍‌। ଆଉ ସେହି ଅନୁସାରେ ପିଲାମାନେ ଘରେ ବସି ପାଠ ପଢ଼ୁଛନ୍ତି। କେବଳ ପିଲାମାନେ ପାଠ ପଢ଼ୁ ନାହାନ୍ତି, ଚାଷୀମାନଙ୍କୁ କୃଷି ସମ୍ପର୍କିତ ତଥ୍ୟ ମଧ୍ୟ ଦିଆଯାଉଛି। ଯାହା ଫଳରେ ଚାଷୀଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ମିଳିଯାଉଛି। ଏହାଛଡ଼ା ମଝିରେ ମଝିରେ ଗାଁ ଲୋକଙ୍କ ମନୋରଞ୍ଜନ ପାଇଁ ଭକ୍ତି ସଂଗୀତ ବାଜୁଛି। ଜୁନ୍‌ ୧୮ ତାରିଖରୁ ଏହି ସେବା ଗାଁରେ ଆରମ୍ଭ ହୋଇଛି। କେତେକ ଶିକ୍ଷକ ଓ ଗାଁ କମିଟି ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି।

କରୋନା ମହାମାରୀ ବେଳେ ଗାଁ ଲୋକଙ୍କ ଏପରି ଉଦ୍ୟମକୁ ବସ୍ତର ଜିଲ୍ଲା ପ୍ରଶାସନ ପ୍ରଶଂସା କରିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏପରି କାମ ୫ ଜିଲ୍ଲାରେ କାର୍ଯ୍ୟକାରୀ କରିବାର ଯୋଜନା କରାଯାଇଛି। ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ୱାଘେଲା ଏହି ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story