ପିଟି ଦେଲା ବିଜେଡିର ପ୍ରଚାର ଗାଡ଼ି, ଭାଙ୍ଗିଗଲା ଗୋଡ଼

କଣ୍ଟାବାଞ୍ଜି (ସୁରଦାସ ବାଗ): ନିର୍ବାଚନ ପ୍ରଚାର ବେଳେ ଦୁର୍ଘଟଣା।  ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି। ଆହତମାନେ ହେଲେ ପଖନମୁଣ୍ଡା ଗାଁର ନରେଶ କୁମାର ଓ ତୁର୍ଚୁ ମଲ୍ଲିକ। ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି କଣ୍ଟାବାଞ୍ଜିରୁ ମୁରିବାହାଲ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନରେଶ ଓ […]

leg

Jitendra Garnayak
  • Published: Monday, 01 April 2019
  • , Updated: 01 April 2019, 04:23 PM IST

କଣ୍ଟାବାଞ୍ଜି (ସୁରଦାସ ବାଗ): ନିର୍ବାଚନ ପ୍ରଚାର ବେଳେ ଦୁର୍ଘଟଣା।  ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଛି।

ଆହତମାନେ ହେଲେ ପଖନମୁଣ୍ଡା ଗାଁର ନରେଶ କୁମାର ଓ ତୁର୍ଚୁ ମଲ୍ଲିକ। ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଚାର ଗାଡ଼ି କଣ୍ଟାବାଞ୍ଜିରୁ ମୁରିବାହାଲ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନରେଶ ଓ ତୁର୍ଚୁ ବାଇକ୍‌ରେ ଯାଉଥିବା ବେଳେ ଏହି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।

କଣ୍ଟାବାଞ୍ଜି ପୁଲିସ୍ ଏହି ପ୍ରଚାର ଗାଡ଼ିକୁ ଜବତ କରି ତଦନ୍ତ କରୁଛି।

Related story