୨୪ରୁ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ୱଲପୁରୀ ନାଟକ ପ୍ରତିଯୋଗିତା

ସମ୍ୱଲପୁର: ସମ୍ୱଲପୁରର ଆରଣ୍ୟକ ମଂଚରେ ଆସନ୍ତା  ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ୱଲପୁରୀ ନାଟକ ପ୍ରତିଯୋଗିତା। ଏଥିରେ ପ୍ରତି ସଂଧ୍ୟାରେ ୩ଟି କରି ମୋଟ ୧୫ଟି ନାଟକ ମଞ୍ଚସ୍ଥ ହେବ। ଅନ୍ୟ ବର୍ଷଗୁଡ଼ିକରେ ୭ ଦିନରେ ୨୧ଟି ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଚଳିତ ବର୍ଷ କେବଳ ଉଚ୍ଚମାନର ୧୫ଟି ନାଟକକୁ ଚୟନ କରାଯାଇଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ ଯୁବ ଉଦୟନର ସଭାପତି ସଞ୍ଜୟ […]

sambalpurdrama

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 08:36 AM IST

ସମ୍ୱଲପୁର: ସମ୍ୱଲପୁରର ଆରଣ୍ୟକ ମଂଚରେ ଆସନ୍ତା  ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ୱଲପୁରୀ ନାଟକ ପ୍ରତିଯୋଗିତା। ଏଥିରେ ପ୍ରତି ସଂଧ୍ୟାରେ ୩ଟି କରି ମୋଟ ୧୫ଟି ନାଟକ ମଞ୍ଚସ୍ଥ ହେବ। ଅନ୍ୟ ବର୍ଷଗୁଡ଼ିକରେ ୭ ଦିନରେ ୨୧ଟି ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଚଳିତ ବର୍ଷ କେବଳ ଉଚ୍ଚମାନର ୧୫ଟି ନାଟକକୁ ଚୟନ କରାଯାଇଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଆୟୋଜକ ଯୁବ ଉଦୟନର ସଭାପତି ସଞ୍ଜୟ କୁମାର ମିଶ୍ର କହିଛନ୍ତି।

ଏଥର ଭିନ୍ନ ଭିନ୍ନ ସ୍ୱାଦର ସମ୍ୱଲପୁରୀ ନାଟକ ଭିନ୍ନ ଭିନ୍ନ ନାଟ୍ୟ ଦଳ ପରିବେଷଣ କରିବେ। ନାଟକ ମାଧ୍ୟମରେ ସମ୍ୱଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ନାଟକ ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଛି ବୋଲି ସଞ୍ଜୟ କହିଛନ୍ତି।

Related story