କାମରେ ଆସିଲାନି ଭେଣ୍ଡିଂ ଜୋନ୍‌, ରାସ୍ତା କଡ଼କୁ ଆସିଲେ ବେପାରୀ

ବାଙ୍କୀ (ସଂଜୀବ କୁମାର ନାୟକ): ସରକାର ଭେଣ୍ଡିଂ ଜୋନ୍‌ କରି ଦେଲେ, କିନ୍ତୁ ରାସ୍ତା କରିବାକୁ ଭୁଲିଗଲେ। ଫଳରେ ଅସରାଏ ବର୍ଷା ହେଲେ ସେ ସ୍ଥାନ କାଦୁଅ ପଚ ପଚ ହୋଇଯାଉଛି। ଆଉ ପଚ ପଚ କାଦୁଅରେ ପଶି ଏଠାକୁ ଆସି ପରିବା କିଣିବାକୁ ଗ୍ରାହକ ଅମଙ୍ଗ ହେଉଛନ୍ତି। ଫଳରେ ବେପାର ଘାଟା ହେଲେ ଓ ବେପାରୀମାନେ ଭେଣ୍ଡିଂ ଜୋନ୍ ଛାଡ଼ି ପୁଣି ରାସ୍ତାକୁ କଡ଼କୁ ଚାଲି ଆସିଲେ। ଏମିତି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲାର […]

banki-1..1

banki-1..1

Niharika Rout
  • Published: Tuesday, 03 September 2019
  • Updated: 03 September 2019, 03:30 PM IST

Sports

Latest News

ବାଙ୍କୀ (ସଂଜୀବ କୁମାର ନାୟକ): ସରକାର ଭେଣ୍ଡିଂ ଜୋନ୍‌ କରି ଦେଲେ, କିନ୍ତୁ ରାସ୍ତା କରିବାକୁ ଭୁଲିଗଲେ। ଫଳରେ ଅସରାଏ ବର୍ଷା ହେଲେ ସେ ସ୍ଥାନ କାଦୁଅ ପଚ ପଚ ହୋଇଯାଉଛି। ଆଉ ପଚ ପଚ କାଦୁଅରେ ପଶି ଏଠାକୁ ଆସି ପରିବା କିଣିବାକୁ ଗ୍ରାହକ ଅମଙ୍ଗ ହେଉଛନ୍ତି। ଫଳରେ ବେପାର ଘାଟା ହେଲେ ଓ ବେପାରୀମାନେ ଭେଣ୍ଡିଂ ଜୋନ୍ ଛାଡ଼ି ପୁଣି ରାସ୍ତାକୁ କଡ଼କୁ ଚାଲି ଆସିଲେ। ଏମିତି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲାର କଳାପଥରରେ।

ପରିବା ଉତ୍ପାଦନର ପେଣ୍ଠସ୍ଥଳ ହେଉଛି କଳାପଥର। ଏଠାରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ରାଜ୍ୟର ବହୁ ଅଞ୍ଚଳକୁ ପରିବା ଯାଏ।  ହେଲେ ଏଠାକାର ପରିବା ବ୍ୟବସାୟୀଙ୍କ ଦୁଃଖଙ୍କ ବୁଝିବାକୁ କେହି ନାହାନ୍ତି।

ବହୁ ଦାବି ପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପରିବା ବ୍ୟବସାୟୀଙ୍କ ନିମନ୍ତେ ୨ ବର୍ଷ ପୂର୍ବେ ପଞ୍ଚାୟତ ସମିତି ପକ୍ଷରୁ ୧୮୦ ବଖରା ବିଶିଷ୍ଟ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ରାସ୍ତା କରାଗଲାନି ଓ କି ଗାଡ଼ି ଯିବାଆସିବା ପାଇଁ ସୁବିଧା କରାଗଲାନି। ଏଣୁ ସେଠାରେ ବ୍ୟବସାୟୀଙ୍କ ପାଇଁ ବେପାର କରିବା କଷ୍ଟକର ହୋଇପଡ଼ିଲା। ବହୁ ଦାବି ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ଶେଷରେ ନିରାଶ ହୋଇ କଟକ-କଳାପଥର ରାସ୍ତାକଡ଼ରେ ପସରା ମେଲାଇ ବ୍ୟବସାୟ କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ ଓ ବ୍ୟବସାୟୀ।

ଜଣେ ପରିବା ବ୍ୟବସାୟୀ କହିଛନ୍ତି, “ପ୍ରଶାସନ ମୁଣ୍ଡ ଉପରେ ଛାତ ସିନା ଦେଲା, ହେଲେ ଗ୍ରାହକ ନ ଆସିଲେ କି ଲାଭ। ଶେଷରେ ସେହି ଭେଣ୍ଡିଂ ଜୋନ୍‌ ଛାଡ଼ି ରାସ୍ତା କଡ଼କୁ ଚାଲି ଆସିଲୁ। ସମସ୍ୟା ସମ୍ପର୍କରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଛି। କିନ୍ତୁ କେହି ସମାଧାନ କରୁ ନାହାନ୍ତି। ପ୍ରଶାସନିକ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି।”

ଏ ସମ୍ପର୍କରେ ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ କହିଛନ୍ତି,“ଏ ସମସ୍ୟା ସମ୍ପର୍କରେ ଅବଗତ ନ ଥିଲି। ଏହାର ସମାଧାନ ଲାଗି ତୁରନ୍ତ ବ୍ୟବସ୍ଥା କରାଯିବ। ଭେଣ୍ଡିଂ ଜୋନ୍‌କୁ ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ। ଭେଣ୍ଡିଂ ଜୋନ୍‌ ଦ୍ୱାରା ଲୋକେ କିପରି ଉପକୃତ ହୋଇପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story