‘ଅତିରିକ୍ତ ପାପ କରିଥିଲା, ଭଗବାନ ତାକୁ ଧରାଇଲେ’

ଖୋର୍ଦ୍ଧା (ବଳରାମ ଲେଙ୍କା): ତାଲିବାନୀ ଷ୍ଟାଇଲ୍‌ରେ ନିରୀହ ଆଦିବାସୀ ଓ ଦଳିତ ଲୋକଙ୍କୁ ନିର୍ଯାତନା ଦେଉଥିଲେ ତଥାକଥିତ ଗୁରୁଜୀ ତଥା ମାନବବାଦର ସଙ୍ଗଠନର ମୁଖ୍ୟ ମାନସ ଦାସ। ତାଙ୍କୁ ଆଜି ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଏହି ଖବର ପ୍ରକାଶ ପାଇବା ପରେ ଗୁରୁଜୀଙ୍କ ନିର୍ଯାତନାରେ ଶିକାର ହୋଇଥିବା ଦେବରାଜ ସ୍ୱାଇଁ ଖସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି-“ମାନସ ଦାସଙ୍କ ନିର୍ଯାତନାରେ ଶିକାର ହୋଇ ଆମେ ୭ ବର୍ଷ ହେଲା ଗାଁ ଛାଡ଼ିଛୁ। ତାଙ୍କ ଭୟରେ ମୁଁ […]

Debraj-Swai

Manoranjan Sial
  • Published: Thursday, 02 September 2021
  • , Updated: 02 September 2021, 06:06 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ତାଲିବାନୀ ଷ୍ଟାଇଲ୍‌ରେ ନିରୀହ ଆଦିବାସୀ ଓ ଦଳିତ ଲୋକଙ୍କୁ ନିର୍ଯାତନା ଦେଉଥିଲେ ତଥାକଥିତ ଗୁରୁଜୀ ତଥା ମାନବବାଦର ସଙ୍ଗଠନର ମୁଖ୍ୟ ମାନସ ଦାସ। ତାଙ୍କୁ ଆଜି ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଏହି ଖବର ପ୍ରକାଶ ପାଇବା ପରେ ଗୁରୁଜୀଙ୍କ ନିର୍ଯାତନାରେ ଶିକାର ହୋଇଥିବା ଦେବରାଜ ସ୍ୱାଇଁ ଖସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି-“ମାନସ ଦାସଙ୍କ ନିର୍ଯାତନାରେ ଶିକାର ହୋଇ ଆମେ ୭ ବର୍ଷ ହେଲା ଗାଁ ଛାଡ଼ିଛୁ। ତାଙ୍କ ଭୟରେ ମୁଁ ଗୋଟିଏ ଜାଗାରେ ରହୁଥିବା ବେଳେ ମୋ ପିଲା ଓ ସ୍ତ୍ରୀ ଆଉ ଗୋଟିଏ ଗାଜାରେ ରହୁଛନ୍ତି। ଆମ ପରିବାର ଅଲଗା ଅଲଗା ସ୍ଥାନରେ ରହୁଛନ୍ତି।”

ସେ ଆହୁରି କହିଛନ୍ତି-“ଭଗବାନଙ୍କଠାରେ ପ୍ରାର୍ଥନା କରୁଥିଲି ସେ(ମାନସ ଦାସ) ଧରା ପଡ଼ୁ। ଆଜି ସେ ଧରା ପଡ଼ିଲା। ଭଗବାନ ତାକୁ ଉଚିତ ଦଣ୍ଡ ଦିଅନ୍ତୁ। ତାକୁ ଫାଶି ଦେବା ଦରକାର। ତାକୁ ଫାଶି ମିଳିଲେ ଓଡ଼ିଶାର ଅଗଣିତ ଆଦିବାସୀ, ଦଳିତ ଓ ହରିଜନ ଭାଇମାନେ ଖୁସି ପାଇବେ ଓ ଶାନ୍ତିରେ ରହିବେ। ସେ ଅତିରିକ୍ତ ପାପ କଲା। ତାକୁ ଭଗବାନ ଧରାଇଛନ୍ତି। ଯାହା ହୋଇଛି ଭଲ ହୋଇଛି।”

Related story