ଗୁଳିମାଡ଼ର ପ୍ରତିଶୋଧ ନେଲା ମୃତକଙ୍କ ପରିବାର, ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଉଗ୍ରରୂପ ନେଲା ଢେଙ୍କାନାଳ ଗୁଳିମାଡ଼ ଘଟଣା। ହତ୍ୟାର ପ୍ରତିଶୋଧ ନେଲେ ମୃତକଙ୍କ ପରିବାର ଲୋକେ। ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ। ଗୁରୁତର ଅବସ୍ଥାରେ ମା’ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଖରୀ ଖୋଳାକୁ କେନ୍ଦ୍ର କରି ଆଜି ସକାଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦଳେଇ ନାୟକ (୫୬)ଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ନୃପତ୍ତି ନାୟକ ଗୁଳି କରି ହତ୍ୟା କରିଥିଲେ। ଦଳେଇଙ୍କ ଉପରକୁ ଦେଶୀ ବନ୍ଧୁକରୁ ଏକାଧିକ […]

Victim

Victim

Jitendra Garnayak
  • Published: Sunday, 17 April 2022
  • Updated: 17 April 2022, 12:09 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଉଗ୍ରରୂପ ନେଲା ଢେଙ୍କାନାଳ ଗୁଳିମାଡ଼ ଘଟଣା। ହତ୍ୟାର ପ୍ରତିଶୋଧ ନେଲେ ମୃତକଙ୍କ ପରିବାର ଲୋକେ। ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ। ଗୁରୁତର ଅବସ୍ଥାରେ ମା’ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଖରୀ ଖୋଳାକୁ କେନ୍ଦ୍ର କରି ଆଜି ସକାଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦଳେଇ ନାୟକ (୫୬)ଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ନୃପତ୍ତି ନାୟକ ଗୁଳି କରି ହତ୍ୟା କରିଥିଲେ। ଦଳେଇଙ୍କ ଉପରକୁ ଦେଶୀ ବନ୍ଧୁକରୁ ଏକାଧିକ ଗୁଳି କରାଯାଇଥିଲା। ସେଥିରୁ ଅଧିକାଂଶ ତାଙ୍କ ଛାତିରେ ବାଜିଥିବା ବେଳେ ଗୋଟିଏ ତାଙ୍କ ହାତରେ ବାଜିଥିଲା।

ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ନୃପତ୍ତି ନାୟକଙ୍କ ସହିତ ତାଙ୍କ ବାପା ଓ ଭାଇ ଗାଁରୁ ଫେରାର ହୋଇଯାଇଥିଲେ। ତେବେ ନୃପତ୍ତି ନାୟକଙ୍କ ପତ୍ନୀ ସାରଥୀ ନାୟକ ତାଙ୍କ ତିନି ବର୍ଷର ପୁଅକୁ ନେଇ ଗାଁରୁ ପଳାଇ ଯାଉଥିବା ବେଳେ ମୃତ ଦଳେଇ ନାୟକଙ୍କ ପରିବାର ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଦଳେଇ ନାୟକଙ୍କ ପରିବାର ଲୋକେ ସାରଥୀ ଓ ତାଙ୍କ ପୁଅକୁ ହାଣି ଦେଇଛନ୍ତି। ଉଭୟ ମା’ପୁଅଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏ ପୂରା ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos