ପୁଣି ଅଶ୍ଳୀଳ ଭିଡିଓ କରି ଯୁବତୀଙ୍କୁ ବ୍ଲାକମେଲିଂ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ। ଏଥର ଅଭିଯୋଗ ଆସିଛି କେନ୍ଦ୍ରପଡାରୁ। ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲା। ଏହାପରେ ଯୁବକ ଜଣକ ଜୋରଜବରଦସ୍ତ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡଂ କରିଥିଲା। ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା।  ଏମିତିକି କଥା ନମାନିଲେ ପରିବାର […]

kendra

Rakesh Mallick
  • Published: Sunday, 11 March 2018
  • , Updated: 11 March 2018, 12:55 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ। ଏଥର ଅଭିଯୋଗ ଆସିଛି କେନ୍ଦ୍ରପଡାରୁ। ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲା। ଏହାପରେ ଯୁବକ ଜଣକ ଜୋରଜବରଦସ୍ତ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡଂ କରିଥିଲା। ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା।  ଏମିତିକି କଥା ନମାନିଲେ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଉଥିବା ପୀଡିତା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀ ଜଣଙ୍କ ତିନିଥର  ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ କହିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।  ଅଭିଯୋଗ ଅଧାରରେ ଡେରାବିଶ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା  ମିଳିଛି।

ସୂଚନାଯୋଗ୍ୟ, ୨ ଦିନ ତଳେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ତାଙ୍କ ସହପାଠୀ ବଳାତ୍କାର କରିବା ପରେ ଆପତ୍ତିଜନକ ଫଟୋ ଉଠାଇ ଭାଇରାଲ କରିଥିବା ନେଇ ଅଭିଯୋଗ ଆସିଥିଲା । ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story