ଭାଇରାଲ ଭିଡ଼ିଓରେ ଥିବା ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶ୍ଲୀଳ ଭିଡିଓ ଭାଇରାଲର ଅଭିଯୁକ୍ତ ଉନ୍ମୟ ପାଢୀ ହତ୍ୟା ଘଟଣା ଉପରୁ ଧିରେ ଧିରେ ପରଦା ଉଠୁଛି। ତେବେ ହତ୍ୟାକାରୀ କିଏ, ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟଚିତ୍ର ଆସିନଥିବା ବେଳେ ଆସିଛି ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ। ଏଥିରେ ଅଭିଯୁକ୍ତ ଉନ୍ମୟ ପାଢ଼ୀଙ୍କୁ ଏକାଧିକ ଲୋକ ହତ୍ୟା କରିଥିବା ଦର୍ଶାଯାଇଛି। ଉନ୍ମୟଙ୍କ ମୁଣ୍ଡକୁ ଆଘାତ ଦେବା ସହ ପେଟରେ ଛୁରା ମାଡ଼ କରାଯାଇଥିଲା। ପରେ ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। […]

viral-video-in-bbsr

viral-video-in-bbsr

Rakesh Mallick
  • Published: Monday, 26 March 2018
  • Updated: 26 March 2018, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଶ୍ଲୀଳ ଭିଡିଓ ଭାଇରାଲର ଅଭିଯୁକ୍ତ ଉନ୍ମୟ ପାଢୀ ହତ୍ୟା ଘଟଣା ଉପରୁ ଧିରେ ଧିରେ ପରଦା ଉଠୁଛି। ତେବେ ହତ୍ୟାକାରୀ କିଏ, ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟଚିତ୍ର ଆସିନଥିବା ବେଳେ ଆସିଛି ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ। ଏଥିରେ ଅଭିଯୁକ୍ତ ଉନ୍ମୟ ପାଢ଼ୀଙ୍କୁ ଏକାଧିକ ଲୋକ ହତ୍ୟା କରିଥିବା ଦର୍ଶାଯାଇଛି। ଉନ୍ମୟଙ୍କ ମୁଣ୍ଡକୁ ଆଘାତ ଦେବା ସହ ପେଟରେ ଛୁରା ମାଡ଼ କରାଯାଇଥିଲା। ପରେ ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଭାଇରାଲ୍ ହୋଇଥିବା ଅଶ୍ଲୀଳ ଭିଡ଼ିଓକୁ ନେଇ ତାଙ୍କୁ ହତ୍ୟା କରାଯାଇଛି ନା ଘଟଣାପଛରେ ଆଉ କିଛି କାରଣ ଅଛି, ସେନେଇ ପୋଲିସର ତନାଘନା ଜାରି ରହିଛି। ଅଶ୍ଳୀଳ ଭିଡ଼ିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି। ପୋଲିସ ଭିଡିଓରେ ଥିବା ଯୁବତୀ, ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ଗତକାଲି ଅଟକ ରଖି ପଚରାଉଚରା ଜାରି ରଖିଛି। ଉଭୟ କଲିକତା ପଳାଉଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖି ତନାଘନା ଜାରି ରଖିଛି। ଗତ ବୁଧବାର ଦିନ କୁଆଖାଇ ନଈ ପଠାରୁ ଉନ୍ମୟଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos