ସାବାଡ଼ ହେଉନାହାନ୍ତି! ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଯନ୍ତ୍ରୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଯେତେ ଯାହା କଲେ ମଧ୍ୟ ସୁଧୁରୁନାହାନ୍ତି ସରକାରୀ ଅଧିକାରୀ! ଲାଞ୍ଚ ନେବା ପାଇଁ ସାଧାରଣ ଲୋକଙ୍କୁ ନାନା ହଇରାଣ କରୁଛନ୍ତି। ଆଉ ଶେଷରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଉଛନ୍ତି। ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ଯନ୍ତ୍ରୀ। ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସେ ହେଉଛନ୍ତି ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ। ଦେଓଗାଁ ବ୍ଲକ୍‌ ସିକୁଆଁ ଗାଁର ଲିଙ୍ଗରାଜ […]

Vigilance

Manoranjan Sial
  • Published: Saturday, 13 November 2021
  • , Updated: 13 November 2021, 10:12 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଯେତେ ଯାହା କଲେ ମଧ୍ୟ ସୁଧୁରୁନାହାନ୍ତି ସରକାରୀ ଅଧିକାରୀ! ଲାଞ୍ଚ ନେବା ପାଇଁ ସାଧାରଣ ଲୋକଙ୍କୁ ନାନା ହଇରାଣ କରୁଛନ୍ତି। ଆଉ ଶେଷରେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଉଛନ୍ତି। ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ଯନ୍ତ୍ରୀ। ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସେ ହେଉଛନ୍ତି ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ।

ଦେଓଗାଁ ବ୍ଲକ୍‌ ସିକୁଆଁ ଗାଁର ଲିଙ୍ଗରାଜ ସାହୁଙ୍କ ବାପାଙ୍କ ନାଁରେ ଦୁଇ ବର୍ଷ ତଳେ ପଞ୍ଚାୟତ ତରଫରୁ ଗୁହାଳ ନିର୍ମାଣ ପାଇଁ ୱାର୍କଅର୍ଡର ଆସିଥିଲା। ରାଜେନ୍ଦ୍ର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗୁହାଳ ତିଆରି କଲେ। କିନ୍ତୁ ବାରମ୍ୱାର ଯନ୍ତ୍ରୀଙ୍କଠୁ ବ୍ଲକ ପର୍ଯ୍ୟନ୍ତ ଦଉଡି ଦଉଡି ହଇରାଣ ହରକତ ହେଉଥିଲେ। ହେଲେ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ବିଲ ପାସ୍‌ କରୁନଥିଲେ।

ଗତ ୧୦ ତାରିଖରେ ପଞ୍ଚାୟତରୁ ଲିଙ୍ଗରାଜ ନିଜେ ଫାଇଲ୍‌ ଧରି ବଲାଙ୍ଗିର ଦଶମତୀ ନଗରପଡାରେ ରହୁଥିବା ଯନ୍ତ୍ରୀଙ୍କ ଭଡାଘରେ ପହଞ୍ଚି ଥିଲେ। ମାତ୍ର ସେ ବିଲ୍‌ ପାସ୍‌ କରିନଥିଲେ। ଲାଞ୍ଚ ନଦେଲେ ବିଲ୍‌ ପାସ୍‌ ହେବନାହିଁ ବୋଲି କହିଥିଲେ। ୫୦୦୦ ଟଙ୍କା ନେଲେ ସବୁ କାମ କରିଦେବି ବୋଲି ଯନ୍ତ୍ରୀ କହିଥିବା ଲିଙ୍ଗରାଜ ଅଭିଯୋଗ କରିଥିଲେ।

ତା’ପରେ ରାଜେନ୍ଦ୍ର ଏନେଇ ବଲାଙ୍ଗିର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଲିଙ୍ଗରାଜ ଆଜି ସନ୍ଧ୍ୟାରେ ଯନ୍ତ୍ରୀଙ୍କ ଘରେ ପହଞ୍ଚି ଲାଞ୍ଚ ଟଙ୍କା ଦେଉଥିଲେ। ଯନ୍ତ୍ରୀ କୃଷ୍ଣପ୍ରିୟା ହାତରେ ଟଙ୍କା ନନେଇ ଟେବୁଲରେ ଥୋଇବାକୁ କହିଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଧରିବା ସହିତ ଲାଞ୍ଚ ଟଙ୍କା ଜବତ କରିଥିଲେ।

ଏହି ଚଢ଼ଉରେ ବଲାଙ୍ଗିର, ସୋନପୁର ଓ ସମ୍ୱଲପୁର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଥିଲେ। ଲାଞ୍ଚ ନେବା କଥାକୁ ଯନ୍ତ୍ରୀ କୃଷ୍ଣପ୍ରିୟା ମନା କରୁଥିଲେ। ରାଜେନ୍ଦ୍ର ଉଧାରୀ ଟଙ୍କା ଫେରାଉଥିଲେ ବୋଲି ସଫେଇ ଦେଇଥିଲେ ଯନ୍ତ୍ରୀ। ସେପଟେ ପଞ୍ଚାୟତରୁ ରାଜେନ୍ଦ୍ର ସାହୁ ସରକାରୀ ଫାଇଲ ନିଜେ ଧରି କିପରି ଆସିଲେ? ତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ଦୁର୍ନୀତିରେ ପଞ୍ଚାୟତ ଅଧିକାରୀ ଓ କର୍ମଚାରୀ ସାମିଲ ଥିବା ଅନୁମାନ କରାଯାଉଛି। ସେପଟେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନଥିବାରୁ ଏ ସଂପର୍କରେ କୌଣସି ମତାମତ ଦେଇହେବା ନାହିଁ ବୋଲି  ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି।

Related story