ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ

ରାଉରକେଲା (ପବନ ତିୱାରୀ): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲେବର ଅଫିସ୍‌ରେ ରୁରାଲ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଡୁଙ୍ଗଡୁଙ୍ଗ। ଲେବର କାର୍ଡ କରାଇଦେବା ପାଇଁ ସେ ଜଣକା ୬୦ରୁ ୬୫ ଟଙ୍କା ଲେଖାଏଁ ନେଉଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ସୁନ୍ଦରଗଡ଼ ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଲହେରୀଙ୍କଠାରୁ ଶ୍ରୀ ଡୁଙ୍ଗଡୁଙ୍ଗ ଆଜି ୩୨୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ […]

vigilance-arrest-one-person-in-bonai

Manoranjan Sial
  • Published: Saturday, 02 March 2019
  • , Updated: 02 March 2019, 10:22 PM IST

ରାଉରକେଲା (ପବନ ତିୱାରୀ): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲେବର ଅଫିସ୍‌ରେ ରୁରାଲ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଡୁଙ୍ଗଡୁଙ୍ଗ। ଲେବର କାର୍ଡ କରାଇଦେବା ପାଇଁ ସେ ଜଣକା ୬୦ରୁ ୬୫ ଟଙ୍କା ଲେଖାଏଁ ନେଉଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ସୁନ୍ଦରଗଡ଼ ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଲହେରୀଙ୍କଠାରୁ ଶ୍ରୀ ଡୁଙ୍ଗଡୁଙ୍ଗ ଆଜି ୩୨୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ପରେ ଭିଜିଲାନ୍ସ ଅଧିକାରୀମାନେ ଅଶୋକଙ୍କ ଅଫିସ୍‌ ଓ ସରକାରୀ ଆବାସରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।।

Related story