ଚାର୍ଜସିଟ୍‌ ଦେଲେନି, ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିପତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ମିଳିଲା ଜାମିନ। ଉଭୟ ବାପ ଓ ପୁଅଙ୍କ ଜାମିନ ମଞ୍ଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ମିଳିଲା ଜାମିନ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ରହିଛି। […]

abhya-pathak

Manoranjan Sial
  • Published: Wednesday, 27 January 2021
  • , Updated: 27 January 2021, 06:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିପତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ମିଳିଲା ଜାମିନ। ଉଭୟ ବାପ ଓ ପୁଅଙ୍କ ଜାମିନ ମଞ୍ଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ମିଳିଲା ଜାମିନ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ରହିଛି। ତେଣୁ ଉଭୟଙ୍କ ପକ୍ଷେ ଜେଲରୁ ବାହାରି କଷ୍ଟକର ହେବ।

ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ ପରେ ଯେତିକି ଆୟବର୍ହିଭୁତ ଅର୍ଥ ମିଳିଥିଲା, ତାହା ଭିଜିଲାନ୍ସ ବିଭାଗ ଅଫିସରଙ୍କ ହୋସ୍ ଉଡ଼ାଇ ଦେଇଥିଲା। ଆଇଏଫଏସ୍ ଶ୍ରୀ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଙ୍କଠୁ ଢ଼େରଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ତାଙ୍କ ପୁଅ ଆକାଶ ପାଠକ। ମୁମ୍ବାଇରେ ଶୌଖିନ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ପାଇଁ ଘରଭଡ଼ା ବାବଦକୁ କୋଟିଏ ଟଙ୍କାରୁ ଅଧିକ ଦେଉଥିଲେ। କେବଳ ସେତିକି ନୁହେଁ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିଲେ।

ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ସବୁଠୁ ରୋଚକ କଥା ହେଉଛି, ଏହି ବିପୁଳ ପରିମାଣର ଟଙ୍କା ଜମା କରିବା ନିମନ୍ତେ ଶହୀଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମକୁ ଉପଯୋଗ କରାଯାଇଥିଲା।

ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍ , ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି। ସେ ମଧ୍ୟ ଭଡ଼ାରେ ବହୁ ମୂଲ୍ୟବାନ ଗାଡ଼ି ଆଣିଥିବା ଜଣାପଡ଼ିଥିଲା। ପୁଣେ ଘର ଯାଂଚବେଳେ ସେଠାରେ ଭଡ଼ାରେ ଆସିଥିବା ୨ଟି ମର୍ସିଡିଜ୍ କାର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। କାର ଭଡ଼ା ବାବଦରେ ସେ ୨୫ ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ଭିଜିଲାନ୍ସ ଜବତ କରିଥିଲା।

ଅଭୟ ଓ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଂଚବେଳେ ନଗଦ ୬୦ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍‌ଟ୍ରାନିକ୍ସ ସାମଗ୍ରୀ ମିଳିଥିଲା। ୮୦୦ଗ୍ରାମର ସୁନା ଅଳଙ୍କାର ମିଳିଥିବାବେଳେ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ବି ମିଳିଛି। ପୁଣେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ,ହଂକଂ, ୟୁକେ,ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଥିଲା।

Related story