ଲୋକାୟୁକ୍ତ କହିଲେ- ଆମକୁ ଭିଜିଲାନ୍ସ ବିଭାଗ ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକାୟୁକ୍ତଙ୍କ ଅଧୀନରେ ଭିଜିଲାନ୍ସକୁ ରଖିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ। ଉଭୟ ଏକାଠି କାମ କଲେ ବିଶ୍ୱସନୀୟତା ବଜାୟ ରହିବ ବୋଲି କହିଛନ୍ତି ଲୋକାୟୁକ୍ତ। ଏହା ସହ ଦୁଇ ଜଣ ଆଇନ ବିଶେଷଜ୍ଞଙ୍କୁ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଲୋକାୟୁକ୍ତ ଗଠନ ହେବା ପରଠାରୁ ରାଜ୍ୟରେ ଅନେକ ବଡ଼ ବଡ଼ ଦୁର୍ନୀତି ସଂପର୍କିତ ଅଭିଯୋଗ ଦାୟର ହେଉଛି। ଏସବୁ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଉଛନ୍ତି ଲୋକାୟୁକ୍ତ। ଏଭଳି ପରିସ୍ଥିତିରେ ଲୋକାୟୁକ୍ତଙ୍କ […]

Odisha Lokayukta

Manoranjan Sial
  • Published: Saturday, 22 August 2020
  • , Updated: 22 August 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକାୟୁକ୍ତଙ୍କ ଅଧୀନରେ ଭିଜିଲାନ୍ସକୁ ରଖିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଲୋକାୟୁକ୍ତ। ଉଭୟ ଏକାଠି କାମ କଲେ ବିଶ୍ୱସନୀୟତା ବଜାୟ ରହିବ ବୋଲି କହିଛନ୍ତି ଲୋକାୟୁକ୍ତ। ଏହା ସହ ଦୁଇ ଜଣ ଆଇନ ବିଶେଷଜ୍ଞଙ୍କୁ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ଲୋକାୟୁକ୍ତ ଗଠନ ହେବା ପରଠାରୁ ରାଜ୍ୟରେ ଅନେକ ବଡ଼ ବଡ଼ ଦୁର୍ନୀତି ସଂପର୍କିତ ଅଭିଯୋଗ ଦାୟର ହେଉଛି। ଏସବୁ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଉଛନ୍ତି ଲୋକାୟୁକ୍ତ। ଏଭଳି ପରିସ୍ଥିତିରେ ଲୋକାୟୁକ୍ତଙ୍କ ଅଧୀନରେ ଭିଜିଲାନ୍ସ କାର୍ଯ୍ୟ କଲେ ଉଭୟ ଲୋକାୟୁକ୍ତ ଓ ଭିଜିଲାନ୍ସର ବିଶ୍ୱାସନୀୟତା ବଜାୟ ରହିବ ବୋଲି କୁହାଯାଇଛି। କେବଳ ଭିଜିଲାନ୍ସ ବିଭାଗକୁ ଲୋକାୟୁକ୍ତଙ୍କ ଅଧୀନକୁ ଆଣିଲେ ହେବ ନାହିଁ।   କାରଣ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଣାଣି ସମୟରେ ଅନେକ ଆଇନଗତ ସମସ୍ୟା ରହୁଛି। ତେଣୁ ଦୁଇଜଣ ଆଇନ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ସହ ଲୋକାୟୁକ୍ତ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ୨ ଏକର ଜମି ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିଜର ବାର୍ଷିକ ରିପୋର୍ଟରେ ଲୋକାୟୁକ୍ତ ପ୍ରସ୍ତାବ ଦେଇଛନ୍ତି।

Related story