ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ। ଡେଥ୍‌ ସାର୍ଟିଫିକେଟ୍‌ର ଭେରିଫିକେଶନ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏପରି ଘଟଣା ଅନୁଗୋଳ ଜିଲ୍ଲା ଜରପଡ଼ାରେ ଘଟିଛି। ରାମଚନ୍ଦ୍ର ବେହେରା ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ବାରମ୍ୱାର ଜରପଡ଼ା ରାଜସ୍ୱ ନୀରିକ୍ଷକ ଗୋକୁଳାନନ୍ଦ ବେହେରାଙ୍କ ପାଖକୁ ଦୌଡ଼ୁଥିଲେ। ମାତ୍ର ସାର୍ଟିଫିକେଟ୍‌ ମିଳୁନଥିଲା। ୧୫୦୦ ଟଙ୍କା ଦେଲେ ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ଯାଞ୍ଚ କରାଯିବ ରାଜସ୍ୱ ନୀରିକ୍ଷକ କହିଥିବା ଅଭିଯୋଗ ହୋଇଥିଲା। […]

vigilance officers arrest ri in angul

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 05:17 PM IST

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ। ଡେଥ୍‌ ସାର୍ଟିଫିକେଟ୍‌ର ଭେରିଫିକେଶନ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏପରି ଘଟଣା ଅନୁଗୋଳ ଜିଲ୍ଲା ଜରପଡ଼ାରେ ଘଟିଛି।

ରାମଚନ୍ଦ୍ର ବେହେରା ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ବାରମ୍ୱାର ଜରପଡ଼ା ରାଜସ୍ୱ ନୀରିକ୍ଷକ ଗୋକୁଳାନନ୍ଦ ବେହେରାଙ୍କ ପାଖକୁ ଦୌଡ଼ୁଥିଲେ। ମାତ୍ର ସାର୍ଟିଫିକେଟ୍‌ ମିଳୁନଥିଲା। ୧୫୦୦ ଟଙ୍କା ଦେଲେ ଡେଥ୍‌ ସାର୍ଟିଫିକେଟ୍‌ ପାଇଁ ଯାଞ୍ଚ କରାଯିବ ରାଜସ୍ୱ ନୀରିକ୍ଷକ କହିଥିବା ଅଭିଯୋଗ ହୋଇଥିଲା। ଏନେଇ ରାମଚନ୍ଦ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ସେ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ।

Related story