ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

Ordigital Desk
  • Published: Wednesday, 25 April 2018
  • , Updated: 25 April 2018, 08:55 AM IST
<p>ଜଗତସିଂହପୁର( ଓଡ଼ିଶା ରିପୋର୍ଟର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାସ୍ତା ଓ ଗୃହନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ସରକାରୀ କ୍ୱାର୍ଟର୍ସ, ବାଲିକୁଦା ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ, ପୁରହିତପୁର ସ୍ଥିତ ଶ୍ୱଶୁର ଘର, ସାନମୁଣ୍ଡିଲ ସ୍ଥିତ ଭଉଣୀ ଘର, ଭୁବନେଶ୍ୱରର ଭଡ଼ା ଘର ସମେତ ଜାଗମରା ସ୍ଥିତ ବାସଭବନରେ&nbsp; ଚଢ଼ାଉ କରାଯାଇଛି। ରମେଶ ବାଲିକୁଦା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।</p>

Related story