ନକ୍ସା ଅଙ୍କନକାରୀଙ୍କ ଘରେ ପଶିଲା ଭିଜିଲାନ୍ସ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ। ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କର ଆଦର୍ଶପଡ଼ା ସ୍ଥିତ ନିଜ ଘର ସହିତ ସଂର୍ପକୀୟଙ୍କ ଘର ଓ କଲେଜ ଛକ ସ୍ଥିତ ଅଫିସରେ ଚଢ଼ଉ କରିଛି ଭିଜିଲାନ୍ସ। ସେହିପରି ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ତାଙ୍କ ପୈତୃକ ଘରେ ବି ଭିଜିଲାନ୍ସର ଏକ ଟିମ୍ ଚଢ଼ଉ […]

vigilance

Jitendra Garnayak
  • Published: Monday, 21 December 2020
  • , Updated: 21 December 2020, 08:31 AM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭିଜିଲାନ୍ସ ଜାଲରେ ନକ୍ସା ଅଙ୍କନକାରୀ। ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀ ଜୀବଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ତାଙ୍କର ଆଦର୍ଶପଡ଼ା ସ୍ଥିତ ନିଜ ଘର ସହିତ ସଂର୍ପକୀୟଙ୍କ ଘର ଓ କଲେଜ ଛକ ସ୍ଥିତ ଅଫିସରେ ଚଢ଼ଉ କରିଛି ଭିଜିଲାନ୍ସ। ସେହିପରି ପୁଇଁନ୍ତଲା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ତାଙ୍କ ପୈତୃକ ଘରେ ବି ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରିଛି।

ସମ୍ୱଲପୁର, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଚଢ଼ଉ ଜାରି ରହିଛି।

Related story