ଭିଜିଲାନ୍ସ ଜାଲରେ ସିଏସ୍ଓ, ୫ଟି ଜାଗାରେ ରେଡ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓଙ୍କ ପରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସିଭିଲ୍ ସପ୍ଲାଏ ଅଫିସର(ସିଏସ୍ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ରାମନଗର ଫାଷ୍ଟ ଲେନ୍‌ରେ ଥିବା ଘର ଓ ମାର୍କେଟ କଂପ୍ଲକ୍ସେରେ ଚଢ଼ାଉ କରାଯାଇଛି। ସେହିପରି ବ୍ରହ୍ମପୁର ଖାରବେଳ […]

raid

Niharika Rout
  • Published: Monday, 20 June 2022
  • , Updated: 20 June 2022, 03:44 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓଙ୍କ ପରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସିଭିଲ୍ ସପ୍ଲାଏ ଅଫିସର(ସିଏସ୍ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ ହୋଇଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁରର ରାମନଗର ଫାଷ୍ଟ ଲେନ୍‌ରେ ଥିବା ଘର ଓ ମାର୍କେଟ କଂପ୍ଲକ୍ସେରେ ଚଢ଼ାଉ କରାଯାଇଛି। ସେହିପରି ବ୍ରହ୍ମପୁର ଖାରବେଳ ନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ୪ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉ କରିଛନ୍ତି।

[caption id="attachment_743067" align="aligncenter" width="650"] ଭିଜିଲାନ୍ସ ଅଧିକାରୀମାନେ ଅନାଦିଙ୍କ ଘର ମାପଚୁପ କରୁଛନ୍ତି।[/caption]

ଅନାଦିଙ୍କ ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏନେଇ ସଠିକ୍‌ ତଥ୍ୟ ମିଳିପାରିନି। ଅପରପକ୍ଷେ, ଭିଜିଲାନ୍ସ ଚଢ଼ାଉ ନେଇ ଅନାଦି ସେଠୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

Related story