ଅବକାରୀ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍‌

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣି ତ୍ରିନାଥ ସେଠଙ୍କ ଘରେ ଚଢ଼ଉ ହୋଇଛି। ତ୍ରିନାଥଙ୍କ  ବଲାଙ୍ଗିର ପ୍ୟାଲେସ୍‌ ଲାଇନ୍‌ ପଡ଼ା ସ୍ଥିତ ଘର, ନୂଆପଡ଼ାରେ ଥିବା ପୈତୃକ ଘର ଓ ତାଙ୍କ ଅଫିସ୍‌ରେ ଚଢ଼ଉ ହୋଇଛି। ଭିଜିଲାନ୍ସର ୪ ଜଣିଆ ଟିମ୍‌ ଏହି ଚଢ଼ଉ କରିଛନ୍ତି।

ତ୍ରିନାଥଙ୍କ ସ୍ତ୍ରୀ ସୀତାରାଣୀ ସେଠ୍ ୱେସ୍କୋରେ ଜୁନିଅର ଆକାଉଣ୍ଟାଣ୍ଟ ଅଛନ୍ତି।  ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।