ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଆଜି ସକାଳୁ ରେଡ ହୋଇଛି  ।  ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଏକକାଳୀନ ଚଢଉ ହେଉଥିବା ବେଳେ ୨ ଡିଏସପିଙ୍କ ସମେତ  ୧୦ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଛନ୍ତି। ମନୋଜଙ୍କର ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ […]

raid

  • Published: Thursday, 29 September 2022
  • , Updated: 29 September 2022, 09:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଇଡକୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଆଜି ସକାଳୁ ରେଡ ହୋଇଛି  ।  ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଏକକାଳୀନ ଚଢଉ ହେଉଥିବା ବେଳେ ୨ ଡିଏସପିଙ୍କ ସମେତ  ୧୦ ଇନ୍ସପେକ୍ଟର ଏଥିରେ ସାମିଲ ହୋଇଛନ୍ତି।

ମନୋଜଙ୍କର ଭୁବନେଶ୍ୱର କୋରଡକଣ୍ଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ ରେଡ୍ ହେଉଛି  । ଏଥିସହ ଭୁବନେଶ୍ୱର ଅଫିସ, ପୁରୀରେ ଥିବା ଫ୍ଲାଟ୍, ଉତ୍ତରାଛକରେ ଥିବା ଏକ ମାର୍କେଟ କମ୍ପେକ୍ସ, ନିଳାଦ୍ରୀନଗରରେ ଥିବା ଘର ଉପରେ ମଧ୍ୟ ରେଡ୍ ଚାଲିଛି ।

ତେବେ ସମୁଦାୟ ମନୋଜ କେତେ ସମ୍ପତ୍ତି, ସୁନାଗହଣା ଆଦି ଠୁଳ କରିଛନ୍ତି, ତାହା ଚଢାଉ ଶେଷ ହେବା ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

Related story