ଭଦ୍ରକ(ପାର୍ଥ ସାରଥୀ ନାୟକ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ ବୈଲୋଚନ ପୁହାଣଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି ।
ଭଦ୍ରକ ସହରରେ ଥିବା ବୈଲୋଚନଙ୍କ ନିଜ ଘର , ବଣିଆସ୍ଥିତ ପୈତୃକ ଘର, ଚରମ୍ପାସ୍ଥିତ ଶ୍ୱଶୁର ଘର ଓ ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବରୁ ବୈଲୋଚନଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ଥିଲା । ଏହି ଅଭିଯୋଗ ପରେ ଭିଜିଲାନ୍ସ ଆଜି ଚଢ଼ାଉ କରିଥିବା ସୂଚନା ମିଳିଛି ।
ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନେତୃତ୍ୱରେ ଭଦ୍ରକ ଭିଜିଲାନ୍ସର ୫ଟି ଟିମ୍ ଚଢ଼ାଉରେ ସାମିଲ ହୋଇଛି । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି ।