ଭିଜିଲାନ୍ସ ଜାଲରେ ବଲାଙ୍ଗିର ପଡ଼ିଆବାହାଲ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ପଡ଼ିଆବାହାଲ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ ମେହେର ଆଜି  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତପନଙ୍କ କୁତୁମୁଣ୍ଡା ସ୍ଥିତ ବାସଭବନ, ଶ୍ୱଶୁର ଘର ଓ ପାଟଣାଗଡ଼ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତପନଙ୍କ ବ୍ୟାଙ୍କ ପାସବୁକ, ୧୦ ଭରି ସୁନା, ଏକ ମିନି ଟ୍ରକ, ୨ଟି ଟ୍ରାକ୍ଟର ଓ ଗୋଟିଏ କାର ସହ ୩ଟି ବାଇକ ଜବତ କରାଯାଇଛିା  ତପନଙ୍କ ନାମରେ ପୂର୍ବରୁ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 02:17 PM IST

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ପଡ଼ିଆବାହାଲ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ ମେହେର ଆଜି  ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତପନଙ୍କ କୁତୁମୁଣ୍ଡା ସ୍ଥିତ ବାସଭବନ, ଶ୍ୱଶୁର ଘର ଓ ପାଟଣାଗଡ଼ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତପନଙ୍କ ବ୍ୟାଙ୍କ ପାସବୁକ, ୧୦ ଭରି ସୁନା, ଏକ ମିନି ଟ୍ରକ, ୨ଟି ଟ୍ରାକ୍ଟର ଓ ଗୋଟିଏ କାର ସହ ୩ଟି ବାଇକ ଜବତ କରାଯାଇଛିା  ତପନଙ୍କ ନାମରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ବଲାଙ୍ଗିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।

Related story