ଯନ୍ତ୍ରୀଙ୍କ ଫ୍ରିଜ୍‌ ଭିତରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା

କଟକ (ଓଡ଼ିଶା ରିପୋର୍ଟର): ଫ୍ରିଜ୍‌ ଭିତରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା। କଥାଟି ବିଶ୍ୱାସ୍‌ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଐତିହାସିକ ସହର କଟକରୁ ଆସିଛି ଏପରି ଅଭିଯୋଗ। କଟକ ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୩ ଲକ୍ଷ ୩୧ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସେଥିରୁ ୭୫ ହଜାର ୫ ଶହ ଟଙ୍କା ଫ୍ରିଜ୍‌ ଭିତରୁ ଭିଜିଲାନ୍ସ ଜବତ କରିଥିବା ଜଣାପଡ଼ିଛି। ଆୟ […]

Vigilance

Manoranjan Sial
  • Published: Wednesday, 16 March 2022
  • , Updated: 16 March 2022, 07:44 PM IST

କଟକ (ଓଡ଼ିଶା ରିପୋର୍ଟର): ଫ୍ରିଜ୍‌ ଭିତରୁ ବାହାରିଲା ବିଡ଼ା ବିଡ଼ା ଟଙ୍କା। କଥାଟି ବିଶ୍ୱାସ୍‌ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଐତିହାସିକ ସହର କଟକରୁ ଆସିଛି ଏପରି ଅଭିଯୋଗ। କଟକ ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୩ ଲକ୍ଷ ୩୧ ହଜାରରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସେଥିରୁ ୭୫ ହଜାର ୫ ଶହ ଟଙ୍କା ଫ୍ରିଜ୍‌ ଭିତରୁ ଭିଜିଲାନ୍ସ ଜବତ କରିଥିବା ଜଣାପଡ଼ିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗର ୪ ଡିଏସ୍‌ପି, ୮ ଇନ୍ସପେକ୍ଟରଙ୍କ ସମେତ ୪୦ ଭିଜିଲାନ୍ସ ଅଧିକାରୀ ଡ୍ରେନେଜ୍ ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ଉ କରିଥିଲେ। ଭିଜିଲାନ୍ସ ଟିମ୍‌ ଏକକାଳୀନ କଟକ ମହାନଦୀ ବିହାରସ୍ଥିତ ତାଙ୍କର ଦୁଇ ମହଲା କୋଠା, ଗଣ୍ଡରପୁରସ୍ଥିତ ଅଫିସ, ନେମାଳ ସ୍ଥିତ ପୈତୃକ ବାସଭବନ ଓ ଭୁବନେଶ୍ୱର ଉପକଣ୍ଠ ପାହାଳ ସ୍ଥିତ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଘରେ ଏକକାଳୀନ ଚଢ଼ଉ କରିଥିଲା। ଚଢଉ ବେଳେ ମନୋଜଙ୍କ ଘରୁ ୩ ଲକ୍ଷ ୩୧ ହଜାର ଅଧିକ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସେହିଭଳି ୪୮୦ ଗ୍ରାମ ସୁନା ଜବତ ସହ କଟକ ଓ ଭୁବନେଶ୍ୱରରେ ୬ଟି ପ୍ଲଟ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ।

Related story