କୋଟିପତି ଡାକ୍ତରଙ୍କ ଲକରରୁ ମିଳିଲା ସୁନା ଓ ହୀରା

କଟକ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଧରାପଡିଥିବା ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ରବୀନ୍ଦ୍ର ଜେନାଙ୍କ ଅଚଳାଅଚଳ ସମ୍ପତ୍ତିର ଗୁମର ଖୋଲୁଛି। ଲଗାତର ଦୁଇଦିନ ଧରି ଚାଲିଥିବା ରେଡ୍‌ରେ ମିଳିଛି ଅନେକ ଚାଞ୍ଚଲ୍ୟକର ତଥ୍ୟ।   କଟକ ବଜ୍ରକବାଟୀ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଡାକ୍ତର ରବୀନ୍ଦ୍ର ଜେନା ଓ ପତ୍ନୀଙ୍କ ନାଁରେ ରହିଛି ଜଏଣ୍ଟ ଲକର। ଏଥିରେ ୪୦୦ ଗ୍ରାମରୁ ଅଧିକ ସୁନା ଓ ହୀରା ଅଳଙ୍କାର ଠାବ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ […]

scbdoctor

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 11:07 PM IST

କଟକ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଧରାପଡିଥିବା ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ରବୀନ୍ଦ୍ର ଜେନାଙ୍କ ଅଚଳାଅଚଳ ସମ୍ପତ୍ତିର ଗୁମର ଖୋଲୁଛି। ଲଗାତର ଦୁଇଦିନ ଧରି ଚାଲିଥିବା ରେଡ୍‌ରେ ମିଳିଛି ଅନେକ ଚାଞ୍ଚଲ୍ୟକର ତଥ୍ୟ।   କଟକ ବଜ୍ରକବାଟୀ ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଡାକ୍ତର ରବୀନ୍ଦ୍ର ଜେନା ଓ ପତ୍ନୀଙ୍କ ନାଁରେ ରହିଛି ଜଏଣ୍ଟ ଲକର। ଏଥିରେ ୪୦୦ ଗ୍ରାମରୁ ଅଧିକ ସୁନା ଓ ହୀରା ଅଳଙ୍କାର ଠାବ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ।

ଏସ୍‌ସିବି ମେଡ଼ିକାଲ କଲେଜ ଡିନ୍‌ଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ରବୀନ୍ଦ୍ର ଜେନା ନିଜ ଖର୍ଚ୍ଚରେ ୟୁରୋପ, ଆମେରିକା ଓ ଦକ୍ଷିଣ ଏସିଆର ପ୍ରାୟ ୨୦ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମତି ନଥିବା ସତ୍ତ୍ୱେ ସେ ଏସବୁ ସହର ଭ୍ରମଣ କରିଥିବା ଭିଜିଲାନ୍ସ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି। ପାସପୋର୍ଟ ଓ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ଡାକ୍ତର ରବୀନ୍ଦ୍ର ଜେନାଙ୍କ ବିଦେଶ ଗସ୍ତର ରିପୋର୍ଟ ମଗାଯାଇଛି। ଡାକ୍ତର ଜେନା ନିଜ ଖର୍ଚ୍ଚରେ ବିଦେଶ ଗସ୍ତ କରିଛନ୍ତି ନା କୌଣସି ଔଷଧ କମ୍ପାନୀ ଏହି ଖର୍ଚ୍ଚ ବହନ କରିଛି, ତାହାର ତଦନ୍ତ ଜାରି ରହିଛି।

ଗତକାଲି ଭିଜିଲାନ୍ସ ରେଡ୍‌ କରି ୩ କୋଟିରୁ ଅଧିକ ଟଙ୍କାର ମୂଲ୍ୟର ସମ୍ପତ୍ତି ଠାବ କରିଥିଲା। ଏଥିମଧ୍ୟରେ ୫ଟି ଉଚ୍ଚ ଅଟ୍ଟାଳିକା, ୫ଟି ସ୍ଥାନରେ ଥିବା ଘର ଠାବ କରିଛି। ଭିଜିଲାନ୍ସ ମୋଟ ୮ ଲକ୍ଷରୁ ଅଧିକ LIC ଡିପୋଜିଟ୍, ୭୩ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି। ରବୀନ୍ଦ୍ରଙ୍କର ଆୟଠାରୁ ଅଧିକ ସମ୍ପତ୍ତି ଥିବା ସୂଚନା ପାଇ କଟକ ଓ କେନ୍ଦ୍ରାପଡ଼ା ବାସଭବନ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ।

Related story