୨୦୨୨ରେ ୧୬୦ କୋଟି ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡକଲର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କଠୁ ନଗଦ ୧.୦୬ କୋଟି ଟଙ୍କା ସହ ପ୍ରାୟ ୧୦କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି । ୨୦୨୨ ମସିହାରେ ଆଜିସୁଦ୍ଧା ରାଜ୍ୟ ଭିଜିଲାନ୍ସ ମୋଟ ୧୬୦କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଛି, ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ । ଏହାବ୍ୟତୀତ ୨୦୨୨ ମସିହାରେ ୬୦ଜଣ ପ୍ରଥମ ଶ୍ରେଣୀ ଅଫିସରଙ୍କ ବିରୁଦ୍ଧରେ ଭିଜିଲାନ୍ସ […]

Vigilance

Ordigital Desk
  • Published: Thursday, 22 December 2022
  • , Updated: 22 December 2022, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡକଲର ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କଠୁ ନଗଦ ୧.୦୬ କୋଟି ଟଙ୍କା ସହ ପ୍ରାୟ ୧୦କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି । ୨୦୨୨ ମସିହାରେ ଆଜିସୁଦ୍ଧା ରାଜ୍ୟ ଭିଜିଲାନ୍ସ ମୋଟ ୧୬୦କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଛି, ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ । ଏହାବ୍ୟତୀତ ୨୦୨୨ ମସିହାରେ ୬୦ଜଣ ପ୍ରଥମ ଶ୍ରେଣୀ ଅଫିସରଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଯାହାକି ଗତ ୫ବର୍ଷର ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି ଭିଜିଲାନ୍ସ ଡିଜି ୱାଇକେ ଜେଠୁୱା ସୂଚନା ଦେଇଛନ୍ତି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେଠୱା କହିଛନ୍ତି ଯେ, ଗତବର୍ଷ ସମଗ୍ର ଦେଶରେ ସର୍ବାଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରାଜ୍ୟ ଭିଜିଲାନ୍ସ ଏକ ନମ୍ବର ରହିଥିଲା । ଚଳିତବର୍ଷ ମଧ୍ୟ ରାଜ୍ୟ ଭିଜିଲାନ୍ସର ପ୍ରଦର୍ଶନ ଭଲ ରହିବ ବୋଲି ଆଶା ରହିଛି । । ୨୦୨୨ ମସିହାରେ ରାଜ୍ୟ ଏପର୍ଯ୍ୟନ୍ତ ରାଜ୍ୟ ଭିଜିଲାନ୍ସ ମୋଟ ୨୭୦ଟି ମାମଲା ରୁଜୁ କରିଥିବାବେଳେ ସେଥିରୁ ୭୫ଟି ହେଉଛି ଆୟ ବର୍ହିଭୂତ ସମ୍ପତ୍ତି ମାମଲା, ୧୧୪ଟି ଟ୍ରାପ୍ କେସ୍ ଓ ବାକି ସବୁ ଅନ୍ୟ ଦୁର୍ନୀତି ସଂକ୍ରାନ୍ତ ମାମଲା । ସେହିପରି ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ରେକର୍ଡ ପରିମାଣର ନଗଦ ଟଙ୍କା ଜବତ କରିଛି । ୪ଟି ଆୟ ବର୍ହିଭୂତ ମାମଲାରେ ମୋଟ ୭ କୋଟି ଟଙ୍କା ଜବତ ହୋଇଛି । ଏଥିରେ ସର୍ବାଧିକ ୩.୪କୋଟି ଟଙ୍କା ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଜବତ ହୋଇଥିବାବେଳେ ୧.୫କୋଟି ଟଙ୍କା ଜଣେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ୧.୧୪କୋଟି ଟଙ୍କା ଜଣେ ପ୍ରସୂତୀ ବିଶେଷଜ୍ଞ ଓ ୧.୦୬କୋଟି ଟଙ୍କା ଇଡକଲ୍ ଯୁଗ୍ମ ମ୍ୟାନେଜରଙ୍କଠୁ ଜବତ ହୋଇଛି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ୨୦୨୨ ମସିହାରେ ସର୍ବାଧିକ ୧୬୦କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ କରାଯାଇଛି ଓ ଟ୍ରାପ୍ କେସରେ ମଧ୍ୟ ଚଳିତବର୍ଷ ସର୍ବାଧିକ ପରିମାଣର ନଗଦ ଟଙ୍କା ଜବତ ହୋଇଛି।

ଶ୍ରୀ ଜେଠୱା ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ ମସିିହାରେ ରାଜ୍ୟ ଭିଜିଲାନ୍ସର ଦୋଷୀ ସାବ୍ୟସ୍ତ ହାର ୫୦% ରହିଛି । ୮୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପୁରୁଣ କେସଗୁଡ଼ିକରେ ତଦନ୍ତକୁ ଶେଷ କରିବା ଓ ଚାର୍ଜସିଟ୍ ଦାଖଲ କରିବା ପ୍ରକ୍ରିୟାକୁ ଭିଜିଲାନ୍ସ ଏବେ ପ୍ରାଥମିକତା ଦେଉଛି । ୨୦୨୨ ମସିହାରେ ଦଶନ୍ଧି ମଧ୍ୟରେ ସର୍ବାଧିକ ମାମଲାର ସମାଧାନ ହୋଇଥିଲା । ୨୦୨୧ ମସିହାରେ ସମସ୍ତ ଟ୍ରାପ ମାମଲାର ତଦନ୍ତ ଶେଷ ହୋଇଛି ବୋଲି ଶ୍ରୀ ଜେଠୱା କହିଛନ୍ତି ।

Related story