ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୮ଟି ସ୍ଥାନରେ ରେଡ୍

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।  ବିଷ୍ଣୁଙ୍କ  ଘର, ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ  ଚଢ଼ାଉ କରାଯାଇଛି। ବିଷ୍ଣୁଙ୍କର ବ୍ରହ୍ମପୁରର ନିଳାଦ୍ରୀ ବିହାରରେ ଥିବା ଘର, ବିଜୟ ବିହାର ଓ ଗୋବିନ୍ଦ ନଗରରେ ଥିବା ଘର ସମେତ […]

vigilance

  • Published: Friday, 30 September 2022
  • , Updated: 30 September 2022, 06:49 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।  ବିଷ୍ଣୁଙ୍କ  ଘର, ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ  ଚଢ଼ାଉ କରାଯାଇଛି।

ବିଷ୍ଣୁଙ୍କର ବ୍ରହ୍ମପୁରର ନିଳାଦ୍ରୀ ବିହାରରେ ଥିବା ଘର, ବିଜୟ ବିହାର ଓ ଗୋବିନ୍ଦ ନଗରରେ ଥିବା ଘର ସମେତ ୪ସ୍ଥାନରେ ଚଢ଼ାଉ କରାଯାଇଛି। ଏହାସହ ବୁଗୁଡ଼ାରେ ଥିବା  ବାଘୁଆ ପୋଜେକ୍ଟ ଅଫିସ ଓ  ଘର  ସମେତ ୪ଟି  ସ୍ଥାନରେ ଚଢ଼ାଉ କରାଯାଇଛି।

ବିଜୟ ବିହାରରେ ବିଷ୍ଣୁଙ୍କର ଏକ ଆଲିସାନ ଘର ରହିଛି।  ଭିଜିଲାନ୍ସ କର୍ମଚାରୀ ବିଜୟ ବିହାର ସ୍ଥିତ ଘରୁ ୧ ଲକ୍ଷ ୮୦ ହଜାର ଟଙ୍କା  ଜବତ କରିଛନ୍ତି।  ଏହାସହ ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାଯାଇଛି।  ଏହି ଚଢ଼ାଉରେ  ଭିଜିଲାନ୍ସ ବିଭାଗର ୭ଟିମ୍ ସାମିଲ ହୋଇଛନ୍ତି। ଏହି ଟିମ୍‌ରେ ୪ଜଣ ଡିଏସ୍‌ପି ସାମିଲ ହୋଇଛନ୍ତି।

 

 

 

Related story