ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ରାଜ୍ୟରେ ଲୋକପ୍ରିୟ ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଅଛନ୍ତି ଗଜପତିର ପୂର୍ବତନ ଏସ୍‌ପି ସାରା ଶର୍ମା। ବର୍ତ୍ତମାନ ସେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ନାଁରେ ଖୋଲିଛି ଫେକ୍‌ ଫେସବୁକ୍‌ ଆକାଉଣ୍ଟ। ସାରା ଶର୍ମାଙ୍କର ନିଜର ଗୋଟିଏ ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି। ଯାହାକୁ ସେ ନିଜେ ବ୍ୟବହାର କରୁଛନ୍ତି। ଏହା ସତ୍ତ୍ୱେ ତାଙ୍କ ନାଁରେ ଖୋଲିଛି ଆଉ ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। କେହି ଦୁର୍ବୃତ୍ତି ଫେକ୍‌ ଫେସବୁକ୍‌ […]

sara-sarma

Manoranjan Sial
  • Published: Sunday, 03 January 2021
  • , Updated: 03 January 2021, 07:39 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ରାଜ୍ୟରେ ଲୋକପ୍ରିୟ ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଅଛନ୍ତି ଗଜପତିର ପୂର୍ବତନ ଏସ୍‌ପି ସାରା ଶର୍ମା। ବର୍ତ୍ତମାନ ସେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କ ନାଁରେ ଖୋଲିଛି ଫେକ୍‌ ଫେସବୁକ୍‌ ଆକାଉଣ୍ଟ।

ସାରା ଶର୍ମାଙ୍କର ନିଜର ଗୋଟିଏ ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି। ଯାହାକୁ ସେ ନିଜେ ବ୍ୟବହାର କରୁଛନ୍ତି। ଏହା ସତ୍ତ୍ୱେ ତାଙ୍କ ନାଁରେ ଖୋଲିଛି ଆଉ ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। କେହି ଦୁର୍ବୃତ୍ତି ଫେକ୍‌ ଫେସବୁକ୍‌ ଖୋଲିଥିବା ସନ୍ଦେହ କରାଯାଉଛି। ଏପରିକି ସେହି ଫେକ୍‌ ଫେକବୁକ୍‌ ଆକାଉଣ୍ଟରୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ମଧ୍ୟ ଯାଉଛି। ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟରୁ ଆସିଥିବା ଫ୍ରେଣ୍ଡ୍‌ ରିକ୍ୱେଷ୍ଟକୁ ଗ୍ରହଣ ନକରିବାକୁ ସାରା ଅନୁରୋଧ କରିଛନ୍ତି। ଏହାଛଡ଼ା ସେହି ଫେକ୍‌ ଆକାଉଣ୍ଟ ମାଧ୍ୟମରେ କେହି ତାଙ୍କ ନାଁରେ ଟଙ୍କା ମାଗିଲେ ନଦେବାକୁ ସେ ଅପିଲ୍‌ କରିଛନ୍ତି।

ସାରା ଶର୍ମା ଗଜପତି ଜିଲ୍ଲାର ଏସ୍‌ପି ଥିବା ବେଳେ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ କେତେବେଳେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପରଳାଖେମୁଣ୍ଡି ଟାଉନ୍‌ରେ ଥାଳି ଧରି ଭିକ ମାଗୁଥିଲେ ତ ଆଉ କେତେ ବେଳେ ଲୋକଙ୍କୁ ସୁସ୍ଥ ରଖିବାକୁ ଯୋଗ ଏବଂ ବ୍ୟାୟାମ କରାଉଥିଲେ। ଆଉ କେତେବେଳ ପିଲାଙ୍କ ସୁରକ୍ଷା ପାଇଁ ସଚେତନତାପୂର୍ଣ୍ଣ ଗୀତ ଗାଇ ଚର୍ଚ୍ଚାରେ ରିଥିଲେ ସାରା।

Related story