ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ। ଭୁବନାନନ୍ଦଙ୍କର ମୋଟ୍‌ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ […]

vigilance

Manoranjan Sial
  • Published: Wednesday, 14 October 2020
  • , Updated: 14 October 2020, 09:11 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ହିନ୍ଦୀ ଶିକ୍ଷକ ୫ କୋଟି ଟଙ୍କା ସଂପତ୍ତିର ମାଲିକ। ଏହି ଶିକ୍ଷକ ଜଣକ ହେଉଛନ୍ତି ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ।

ଭୁବନାନନ୍ଦଙ୍କର ମୋଟ୍‌ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ।  ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ମଧ୍ୟ ଅଛି। ପୁରୀ ଓ ଗୋପାଳପୁରରେ ଅଛି ଆପାର୍ଟମେଣ୍ଟ। ଏହାଛଡ଼ା ଏଲ୍‌ଆଇସିରେ ସେ ନିବେଶ କରିଛନ୍ତି ୨୦ ଲକ୍ଷ ଟଙ୍କାରୁ ଅଧିକ।

ଭୁବନାନନ୍ଦଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଆଜି ବ୍ରହ୍ମପୁର, ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍‌ ଓ କିଛି ଗାଡ଼ି ମୋଟର ଜବତ କରିଛି।

 

Related story