ମୋ ଗାଁ ହେବ ଓ୍ୱାଇଫାଇ ଜୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗାଁ ଗାଁରେ ପହଞ୍ଚିବ ଓ୍ୱାଇଫାଇ।  ଯେଉଁ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ୱାର ଲଗାଯାଇପାରୁନି ସେସବୁ ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାର ସି-ଡଟ୍ ସାଟେଲାଇଟ୍ ଓ୍ୱାଇଫାଇ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।  ଗ୍ରାମ୍ ନେଟ୍ ମାଧ୍ୟମରେ ୧୦ରୁ ୧୦୦ ଏମ୍ବିପିଏସ୍ ସ୍ପିଡ୍‌ ଓ୍ୱାଇଫାଇ ସେବା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ମନ୍ତ୍ରୀ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ରାମରାଓ ଧୋତ୍ରେ ସୂଚନା ଦେଇଛନ୍ତି । କେନ୍ଦ୍ରର ଏହି ପ୍ରସ୍ତାବକୁ  ରାଜ୍ୟ […]

j-90

Tapas Behera
  • Published: Tuesday, 27 August 2019
  • , Updated: 27 August 2019, 07:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗାଁ ଗାଁରେ ପହଞ୍ଚିବ ଓ୍ୱାଇଫାଇ।  ଯେଉଁ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ୱାର ଲଗାଯାଇପାରୁନି ସେସବୁ ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାର ସି-ଡଟ୍ ସାଟେଲାଇଟ୍ ଓ୍ୱାଇଫାଇ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।  ଗ୍ରାମ୍ ନେଟ୍ ମାଧ୍ୟମରେ ୧୦ରୁ ୧୦୦ ଏମ୍ବିପିଏସ୍ ସ୍ପିଡ୍‌ ଓ୍ୱାଇଫାଇ ସେବା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ମନ୍ତ୍ରୀ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ରାମରାଓ ଧୋତ୍ରେ ସୂଚନା ଦେଇଛନ୍ତି । କେନ୍ଦ୍ରର ଏହି ପ୍ରସ୍ତାବକୁ  ରାଜ୍ୟ ସରକାର ସ୍ୱାଗତ କରିଛନ୍ତି।

ଏହାବାଦ୍ ଭାରତ-ନେଟ୍ ମାଧ୍ୟମରେ ୧ ଜିବିପିଏସ୍ ସଂଯୋଗ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଛି। ଏହାକୁ ୧୦ ଜିବପିଏସ୍ ପର୍ଯ୍ୟନ୍ତ ବଢାଯାଇ ପାରିବ। ଦିନକ ତଳେ ଲଞ୍ଚ ହୋଇଥିବା ସି-ଡଟର C-DOTS XGS-PON  ଏହି ସେବା ଯୋଗାଣରେ ସହାୟତା କରିବ। ଏପଟେ ରାଜ୍ୟର ୧୬ଟି ଜିଲ୍ଲାର ସବୁ ପଂଚାୟତରେ ୨୦୨୦ ସୁଦ୍ଧା ଅପ୍ଟିକାଲ୍ ଫାଇବର ଲଗାଇବାକୁ ବ୍ୟବସ୍ଥା କରାଯାଉଛି।  କେନ୍ଦ୍ର ସରକାରଙ୍କ  ପ୍ରସ୍ତାବକୁ  ରାଜ୍ୟ ସରକାର ସ୍ୱାଗତ କରିଛନ୍ତି।

ରାଜ୍ୟରେ ଏବେ ୮ହଜାରରୁ ଅଧିକ ଗାଁରେ ଏଯାଏଁ ମୋବାଇଲ୍ ସେବା ନାହିଁ । ଏଥିରେ ରହିଛି ମାଓଇଲାକର ୬ ହଜାର ଗାଁ।  ତେଣୁ କେନ୍ଦ୍ର ସରକାରଙ୍କ ସି ଡଟ୍ ସେଟ୍‌ଲାଇଟ୍ ଓ୍ୱାଇଫାଇ୍ ଦ୍ୱାରା ଓଡ଼ିଶା ବିଶେଷ ଉପକୃତ ହେବା ଆଶା କରାଯାଉଛି।

Related story