ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

କନ୍ଧମାଳ( ତ୍ରିନାଥ ସାହୁ) : ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ଏବେବି ମୋବାଇଲ ସେବା ଅପହଞ୍ଚ। ଏପରିକି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଗ୍ରାମାଞ୍ଚଳରେ ନେଟୱର୍କ ସିଗ୍‌ନାଲ ପହଞ୍ଚିପାରୁନି। ଫଳରେ ବିଭିନ୍ନ ଜରୁରୀ କାଳୀନ ସେବା ପାଇବା ପାଇଁ ମୋବାଇଲରେ ଯୋଗାଯୋଗ ସମ୍ଭବ ହେଉନି।  ତେଣୁ ବାଧ୍ୟହୋଇ ଦଡକି ଗ୍ରାମପଞ୍ଚାୟତ ଲୋକେ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଛନ୍ତି ଏକ ମୋବାଇଲ ଟାୱାର। ନଳକୂପ ମରାମତି ବେଳେ ବାହାରୁଥିବା ଅବ୍ୟବହୃତ ପୁରୁଣା ଲୁହା […]

mobile-tower.jpg-

Tapas Behera
  • Published: Sunday, 25 August 2019
  • , Updated: 25 August 2019, 06:19 PM IST

କନ୍ଧମାଳ( ତ୍ରିନାଥ ସାହୁ) : ପାହାଡ଼ ପର୍ବତ ଘେରା କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳରେ ଏବେବି ମୋବାଇଲ ସେବା ଅପହଞ୍ଚ। ଏପରିକି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଗ୍ରାମାଞ୍ଚଳରେ ନେଟୱର୍କ ସିଗ୍‌ନାଲ ପହଞ୍ଚିପାରୁନି। ଫଳରେ ବିଭିନ୍ନ ଜରୁରୀ କାଳୀନ ସେବା ପାଇବା ପାଇଁ ମୋବାଇଲରେ ଯୋଗାଯୋଗ ସମ୍ଭବ ହେଉନି।  ତେଣୁ ବାଧ୍ୟହୋଇ ଦଡକି ଗ୍ରାମପଞ୍ଚାୟତ ଲୋକେ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଛନ୍ତି ଏକ ମୋବାଇଲ ଟାୱାର।

ନଳକୂପ ମରାମତି ବେଳେ ବାହାରୁଥିବା ଅବ୍ୟବହୃତ ପୁରୁଣା ଲୁହା ପାଇପରେ ନିର୍ମାଣ ହୋଇଛି ଏହି ଟେଲିଫୋନ ଟାୱାର। ବିଏସଏନ୍ଏଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏବେ ଏହି ଟାୱାର କାର୍ଯ୍ୟକ୍ଷମ ହେବା ପରେ ଲୋକେ ମୋବାଇଲରେ କଥାବାର୍ତ୍ତା କରିପାରୁଛନ୍ତି।

ଫୁଲବାଣୀରୁ ଏହି ପଞ୍ଚାୟତର ଦୂରତା ମାତ୍ର ୭/୮ କିଲୋମିଟର। କିନ୍ତୁ ପୂର୍ବରୁ ମୋବାଇଲ ନେଟୱର୍କ ସିଗନାଲ ମିଳୁନଥିଲା। ଫଳରେ ପଞ୍ଚାୟତବାସୀ ବିଭିନ୍ନ ଜରୁରୀକାଳୀନ କାମ ପାଇଁ ମୋବାଇଲରେ ଯୋଗାଯୋଗ କରିପାରୁନଥିଲେ। ଏବେ କିନ୍ତୁ ଏହା ସମ୍ଭବ ହୋଇପାରିଛି।

ଟାୱାର ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କୁ ଫୁଲବାଣୀ ବିଡିଓ ମଧ୍ୟ ଉଚିତ ପରାମର୍ଶ ଦେଇଥିଲେ।୬୦/୭୦ଟି ଅବ୍ୟବହୃତ ପାଇପ୍‌ ସହାୟତାରେ ପ୍ରାୟ ୬୦ ଫୁଟ ଉଚ୍ଚତାର ଏହି ଟାଓ୍ୱାର ର୍ନିମାଣ ହୋଇଛି। ଏବେ BSNL ପକ୍ଷରୁ ମାଇକ୍ରୋ BTS ମାଧ୍ୟମରେ ନେଟଓ୍ୱର୍କ ଯୋଗାଇ ଦିଆଯାଇଛି। ଏହା ଅଢେଇ କିଲୋମିଟର ପରିଧିରେ ନେଟ୍ଓ୍ୱର୍କ କଭରେଜ ଦେଇପାରୁଛି।

Related story