ପୁଣି ଏକ ମୁଣ୍ଡ ନେଲେ ମାଓବାଦୀ

ମାଲକାନାଗିରି(ଜିତେନ୍ଦ୍ର ବେଉରା): ମାଲକାନାଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ବର୍ବରତା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ଘଟିଛି କାଲିମେଳା ଥାନା ସୁଧାକୋଣ୍ଡା ଗାଁରେ। ଗତକାଲି ରାତିରେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଉଛନ୍ତି ଗଙ୍ଗା ମାଡ଼କାମୀ। ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ହାତରେ ବାଜିଛି। ଗତକାଲି ରାତିରେ ୨୦ରୁ ୩୦ଜଣ ସଶସ୍ତ୍ର ମାଓବାଦୀ ଆସି ଗଙ୍ଗାଙ୍କ ଘର କବାଟ ବାଡ଼େଇଥିଲେ। ପରେ ଗଙ୍ଗାଙ୍କ […]

rt

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 12:55 PM IST

ମାଲକାନାଗିରି(ଜିତେନ୍ଦ୍ର ବେଉରା): ମାଲକାନାଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ବର୍ବରତା। ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ଘଟିଛି କାଲିମେଳା ଥାନା ସୁଧାକୋଣ୍ଡା ଗାଁରେ। ଗତକାଲି ରାତିରେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଉଛନ୍ତି ଗଙ୍ଗା ମାଡ଼କାମୀ। ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ହାତରେ ବାଜିଛି।

ଗତକାଲି ରାତିରେ ୨୦ରୁ ୩୦ଜଣ ସଶସ୍ତ୍ର ମାଓବାଦୀ ଆସି ଗଙ୍ଗାଙ୍କ ଘର କବାଟ ବାଡ଼େଇଥିଲେ। ପରେ ଗଙ୍ଗାଙ୍କ ହାତଗୋଡ଼ ବାନ୍ଧି ନେଇ ଯାଇଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ଗ୍ରାମବାସୀମାନେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

Related story