ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗାଁ ଲୋକେ ନିର୍ଧୁମ ଛେଚିଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋକେରମା ବଜାରରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି। ଏଥିପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି।
ମାଡ଼ ଖାଉଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ହାତୀବାରି ଥାନା ପୁଲିସ ଆସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ବହୁ କଷ୍ଟରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଉଦ୍ଧାର କରିଥିଲା।
୧୫ ଦିନ ତଳେ ରାଉରକେଲା ସେକ୍ଟର ଅଞ୍ଚଳରେ ପିଲାଚୋରି ସନ୍ଦେହରେ ଦୁଇଟି ଘଟଣାରେ ଦୁଇଜଣଙ୍କୁ ପବ୍ଲିକ ନିର୍ଧୁମ ମାଡ ମାରିଥିଲେ। ବାରମ୍ବାର ଘଟୁଥିବା ଏପରି ଘଟଣା ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି।