ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ୧୨ ଗୁରୁତର

ମାଲକାନଗିରି(ଜିତେନ୍ଦ୍ର ବେଉରା): ବଜ୍ରକାପ୍ତା ଉଦ୍ଧାର ବେଳେ ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ରେଞ୍ଜରଙ୍କ ସମେତ ୧୨ ବନ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,  ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖି ଦଲାଲଙ୍କ ସହ ମୂଳଚାଲ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ୱରେ ୧୫ ଜଣ  କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇଥିଲେ। ବନ କର୍ମଚାରୀ […]

attack-2

Niharika Rout
  • Published: Friday, 29 January 2021
  • , Updated: 29 January 2021, 03:44 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ବଜ୍ରକାପ୍ତା ଉଦ୍ଧାର ବେଳେ ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ରେଞ୍ଜରଙ୍କ ସମେତ ୧୨ ବନ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ,  ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖି ଦଲାଲଙ୍କ ସହ ମୂଳଚାଲ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ୱରେ ୧୫ ଜଣ  କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଚାରଉଚରା କରିବା ସମୟରେ ଗାଁର ୨୫ରୁ ଊର୍ଦ୍ଧ୍ୱ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣରେ ମହିଳାମାନେ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।

ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ଜିଲ୍ଲାର ସମସ୍ତ ବନକର୍ମଚାରୀ ପୁଲିସ୍‌ ଫୋର୍ସ ସହ ଉକ୍ତ ଗାଁକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି।

Related story