ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ: ଗୁଣିଆ ସନ୍ଦେହରେ ୫ ଜଣଙ୍କୁ ନିର୍ଧୁମ ମାଡ଼

ଉଦଳା(ମାନସ ପାଣି): ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଲାଣି। ହେଲେ ଆଜିପର୍ଯ୍ୟନ୍ତ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରୁନି ଓଡ଼ିଶା। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏଠାରେ କିଏ କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ଆକ୍ରମଣ କରିବାକୁ ପଛାଉ ନାହିଁ। ଆଜି ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସମୁଦି ଘରକୁ ବୁଲିବାକୁ ଯାଇ ପୂଜା କରିଥିବାରୁ ଗୁରୁଭା ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ନିର୍ଧୁମ ଛେଚିଛନ୍ତି। ଏପରିକି ତାଙ୍କ ପରିବାରର […]

mano-vai

Manoranjan Sial
  • Published: Saturday, 31 August 2019
  • , Updated: 31 August 2019, 06:20 PM IST

ଉଦଳା(ମାନସ ପାଣି): ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଲାଣି। ହେଲେ ଆଜିପର୍ଯ୍ୟନ୍ତ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରୁନି ଓଡ଼ିଶା। ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏଠାରେ କିଏ କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ଆକ୍ରମଣ କରିବାକୁ ପଛାଉ ନାହିଁ। ଆଜି ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସମୁଦି ଘରକୁ ବୁଲିବାକୁ ଯାଇ ପୂଜା କରିଥିବାରୁ ଗୁରୁଭା ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ନିର୍ଧୁମ ଛେଚିଛନ୍ତି। ଏପରିକି ତାଙ୍କ ପରିବାରର ଅନ୍ୟ ୫ ଜଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। କପ୍ତିପଦା ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।

ପୂରା ଘଟଣା ଏମିତି। ଗତକାଲି ବାରିପଦା ଅଞ୍ଚଳର ଗୁରୁଭା ସିଂ ନିଜ ସମୁଦି ଘର କପ୍ତିପଦା ଥାନା ଭେଜିଡିହା ଗାଁକୁ ବୁଲିବା ପାଇଁ ଯାଇଥିଲେ। ସାଥୀରେ ଥିଲେ ଗୁରୁଭାଙ୍କ ବୋହୂ ଓ ସ୍ତ୍ରୀ। ଏହି ସମୟରେ ସେ ନିଜ ସମୁଦିଙ୍କ ଜଣେ ପଡ଼ୋଶୀଙ୍କ ଜ୍ୱର ଭଲ ପାଇଁ ପୂଜା କରିଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଜାଣିପାରିଲେ। ଗୁଣି ହେଉଥିବା ସନ୍ଦେହ କରି ଗାଁ ଲୋକେ ଆଜି ଗୁରୁଭା ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଗୁରୁଭାଙ୍କ ସମୁଦୁଣୀ ଲେତ ସିଂଙ୍କୁ ଗୋଟିଏ ଗଛରେ ବାନ୍ଧି ଦେଇ ମାଡ଼ ମାରିଥିଲେ ଗାଁ ଲୋକେ। ଫଳରେ ଗୁରୁଭା ଓ ଲେତ ଗୁରୁତର ଆହତ ହୋଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାରୁ ପ୍ରକାଶ, ଲେତ ସିଂଙ୍କ ପଡ଼ୋଶୀଙ୍କର ଦେହ ଅସୁସ୍ଥ ଥିଲା। ଜ୍ୱର ଭଲ ହେଉନଥିଲା। ତାଙ୍କ ଜ୍ୱର ଭଲ ପାଇଁ ତେଲ ସିଂ’ଙ୍କ ସମୁଦି ଗୁରୁଭା ପୂଜା କରିଥିଲେ। ଯାହାକୁ ଗାଁ ଲୋକେ ସନ୍ଦେହ ଚକ୍ଷୁରେ ଦେଖିଥିଲେ। ଗୁଣିଗାରେଡ଼ି କରିବା ପାଇଁ ଗୁରୁଭା ପୂଜା କରିଥିବା ସନ୍ଦେହ କରି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ।

 

Related story