ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦୁଇ ଘଣ୍ଟା ଅଟକ ରଖିଲେ ଗାଁ ଲୋକ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସଞ୍ଜ ବେଳେ ସରକାରୀ ଜମି ଦେଖିବାକୁ ଯାଇ ବନ୍ଧା ପଡ଼ିଲେ ଉପଜିଲ୍ଲାପାଳ ଓ ତହସିଲଦାର! ପୁଲିସ ବୁଝାସୁଝା କରିବା ପରେ ଗାଁ ଲୋକଙ୍କ କବଳରୁ ମୁକୁଳିଲେ ଉପଜିଲ୍ଲାପାଳ ଓ ତହସିଲ୍‌ଦାର। ସମ୍ୱଲପୁର ଜିଲ୍ଲାରୁ ଆସିଛି ଏପରି ରୋଚକ ଖବର। କଦଳୀଗଡ଼ ପଞ୍ଚାୟତର ସାମସିଙ୍ଗା, ମହୁଲମୁଡା, ଡିମିରିମୁଣ୍ଡା ପ୍ରମୁଖ ଗାଁରେ ଥିବା ସରକାରୀ ଜମିକୁ ଇଡିକୋର ଅଧିଗ୍ରହଣ କରି ଭୁବ୍ୟାଙ୍କକୁ ହସ୍ତାନ୍ତର କରୁଛି। ସରକାରଙ୍କ ଏପରି ନିଷ୍ପତ୍ତିକୁ ଗାଁ ଲୋକେ ବିରୋଧ କରୁଛନ୍ତି। ସେଥିପାଇଁ […]

Redhakhol

Manoranjan Sial
  • Published: Saturday, 20 November 2021
  • , Updated: 20 November 2021, 10:09 PM IST

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ସଞ୍ଜ ବେଳେ ସରକାରୀ ଜମି ଦେଖିବାକୁ ଯାଇ ବନ୍ଧା ପଡ଼ିଲେ ଉପଜିଲ୍ଲାପାଳ ଓ ତହସିଲଦାର! ପୁଲିସ ବୁଝାସୁଝା କରିବା ପରେ ଗାଁ ଲୋକଙ୍କ କବଳରୁ ମୁକୁଳିଲେ ଉପଜିଲ୍ଲାପାଳ ଓ ତହସିଲ୍‌ଦାର। ସମ୍ୱଲପୁର ଜିଲ୍ଲାରୁ ଆସିଛି ଏପରି ରୋଚକ ଖବର।

କଦଳୀଗଡ଼ ପଞ୍ଚାୟତର ସାମସିଙ୍ଗା, ମହୁଲମୁଡା, ଡିମିରିମୁଣ୍ଡା ପ୍ରମୁଖ ଗାଁରେ ଥିବା ସରକାରୀ ଜମିକୁ ଇଡିକୋର ଅଧିଗ୍ରହଣ କରି ଭୁବ୍ୟାଙ୍କକୁ ହସ୍ତାନ୍ତର କରୁଛି। ସରକାରଙ୍କ ଏପରି ନିଷ୍ପତ୍ତିକୁ ଗାଁ ଲୋକେ ବିରୋଧ କରୁଛନ୍ତି। ସେଥିପାଇଁ ସେମାନେ ବାରମ୍ୱାର ରେଢ଼ାଖୋଲ ତହସିଲଦାରଙ୍କ ପାଖରେ ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଆସୁଛନ୍ତି। ଗାଁ ଲୋକଙ୍କ କହିବା କଥା, ଆମ ଗାଁରେ ଥିବା ସରକାରୀ ଜମି ଅଧିଗ୍ରହଣ କରାନଯାଉ। ସେହି ଜମିକୁ ସେମିତି ଛାଡ଼ି ଦିଆଯାଉଛି। କାରଣ ସେହି ଜମିକୁ ଗାଁ ଲୋକେ ବ୍ୟବହାର କରିବେ। ସେଠାରେ ଗାଈ ଚଳିବେ।

ଗାଁ ଲୋକଙ୍କ ବିରୋଧ ସତ୍ତ୍ୱେ ଉକ୍ତ ଜମିକୁ ହାତେଇବାକୁ ସରକାରୀ ବାବୁମାନେ ଉଦ୍ୟମ କରି ଆସୁଛନ୍ତି। କାହାକୁ କିଛି ନଜଣାଇ ଆଜି ଆନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ରେଢ଼ାଖୋଲ ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗ ଓ ବିଭାଗୀୟ ଅଧିକାରୀମାନେ ହଠାତ୍‌ ସାମସିଙ୍ଗା ଗାଁରେ ପହଞ୍ଚିଥିଲେ। ଅଧିକାରୀମାନେ ଗାଁ ବୁଲି ସରକାରୀ ଜମି ତଦାରଖ କରୁଥିଲେ। ସନ୍ଧ୍ୟା ବେଳେ ଗାଁରେ ସରକାରୀ ବାବୁଙ୍କୁ ଦେଖି ଲୋକମାନେ ତାତି ଯାଇଥିଲେ।

ଗାଁ ଲୋକେ ଉପଜିଲ୍ଲାପାଳ ପବିତ୍ର ବେହେରା ଓ ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗଙ୍କୁ ଅଟକ ରଖିଥିଲେ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକାଇ ରଖିଥିଲେ। ଖବର ପାଇ ଗାଁରେ ପହଞ୍ଚିଥିଲା ପୁଲିସ୍‌। ଗାଁ ଲୋକଙ୍କୁ ବୁଝାସୁଝା କରି ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଉଦ୍ଧାର କରିଥିଲା ପୁଲିସ୍‌।

ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା କହିଛନ୍ତି-“ତହସିଲ ସ୍ତରରେ ଲ୍ୟାଣ୍ଡ ବ୍ୟାଙ୍କ କରାଯାଉଛି। ଗାଁରେ ଥିବା ସରକାରୀ ଜମି ଗୁଡ଼ିକୁ ସେଥିରେ ରଖାଯାଉଛି। ସେହି ଜମିକୁ ଗାଁ କାମରେ ବ୍ୟବହାର କରାଯାଉଛି। ସେ ସମ୍ପର୍କରେ ପର୍ଯ୍ୟବେକ୍ଷଣ କରିବାକୁ ଆସିଥିଲୁ। ଭୁଲ ବୁଝାମଣା ପାଇଁ ଗାଁ ଲୋକେ ଆମକୁ ଅଟକାଇ ରଖିଥିଲେ। ପରେ ଛାଡ଼ି ଦେଇଛନ୍ତି।”

Related story