ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ଅଟକ ରହିଲେ କର୍ମଚାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଯାଇ ହଟହଟା ହେଲେ ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ଟିମ୍ । ଗ୍ରାମବାସୀ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଶେଷରେ ସଂଯୋଗ ନ କାଟିବାର ପ୍ରତିଶ୍ରୁତି ଦେଇ ମୁକୁଳିଲେ କର୍ମଚାରୀ। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଭୀଷ୍ମଗିରି ଗାଁରେ ଘଟିଛି। ବିଦ୍ୟୁତ୍‌ ବିଲ ସଂଗ୍ରହ ସହ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଭୀଷ୍ମଗିରି […]

detained staff

  • Published: Friday, 26 August 2022
  • , Updated: 26 August 2022, 09:51 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଯାଇ ହଟହଟା ହେଲେ ବିଦ୍ୟୁତ୍‌ ବିଭାଗ ଭିଜିଲାନ୍ସ ଟିମ୍ । ଗ୍ରାମବାସୀ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଶେଷରେ ସଂଯୋଗ ନ କାଟିବାର ପ୍ରତିଶ୍ରୁତି ଦେଇ ମୁକୁଳିଲେ କର୍ମଚାରୀ। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଭୀଷ୍ମଗିରି ଗାଁରେ ଘଟିଛି।

ବିଦ୍ୟୁତ୍‌ ବିଲ ସଂଗ୍ରହ ସହ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଭୀଷ୍ମଗିରି ଗାଁକୁ TPCODL ର ଭିଜିଲାନ୍ସ ଟିମ୍‌ ଯାଇଥିଲେ। ସେଠାରେ ବିଦ୍ୟୁତ୍‌ ବିଭାଗର କେତେକ କର୍ମଚାରୀ ଲୋକଙ୍କ ଘରେ ବଳପୂର୍ବକ ପଶୁଥିବା ଦେଖି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଶହ ଶହ ଗ୍ରାମବାସୀ ଏକଜୁଟ ହୋଇ ଗାଁର ଠାକୁରାଣୀ ଛକରେ ସମସ୍ତ କର୍ମଚାରୀମାନଙ୍କୁ ଘେରାଉ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା

ଏପରିକି ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଘେରାଉ କରି ରଖିଥିଲେ । ଶେଷରେ ଗ୍ରାମବାସୀଙ୍କ ଦାବିକୁ ମାନିବା ସହ ବିଦ୍ୟୁତ ବିଚ୍ଛିନ୍ନ ପାଇଁ ଗ୍ରାହକଙ୍କ ପାଖକୁ ପଠେଇଥିବା ନୋଟିସକୁ ପ୍ରତ୍ୟାହାର କରିବାର ପ୍ରତିଶୃତି ଦେବାପରେ ଭିଜିଲାନ୍ସ ଟିମ ମୁକ୍ତି ପାଇଥିଲେ।

Related story