ଫେସବୁକରେ ପ୍ରେମ, ତା’ ପରେ ବାହାଘର

ସୋର(ଓଡ଼ିଶା ରିପୋର୍ଟର): ଫେସବୁକରେ ଗଢ଼ି ଉଠିଲା ସମ୍ପର୍କ। ତା’ ପରେ ପ୍ରେମ। ଆଉ ସେହି ପ୍ରେମରୁ ସିଧା ବାହାଘର। ତା ପୁଣି ଗ୍ରାମବାସୀଙ୍କ ଜୋରଜବରଦସ୍ତିରେ। ଗ୍ରାମବାସୀ ଏବଂ ପରିବାର ଲୋକେ ଏଭଳି ଏକ ସଂପର୍କକୁ ବିବାହରେ ପରିଣତ କରାଇଛନ୍ତି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଘଟଣାଟି ଥିଲା ଏମିତି। ସ୍ଥାନୀୟ ଏକ ଗାଁର ଜଣେ ଯୁବତୀ ଏବଂ ନିକଟ କୁବାବୁପାଟଣାର ଜଣେ ଯୁବକଙ୍କ ମଧ୍ୟରେ ପ୍ରଥମେ ଫେସ୍‌ବୁକରେ ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ […]

_married,,,,,

Tapaswini Nayak
  • Published: Friday, 13 September 2019
  • , Updated: 13 September 2019, 03:32 PM IST

ସୋର(ଓଡ଼ିଶା ରିପୋର୍ଟର): ଫେସବୁକରେ ଗଢ଼ି ଉଠିଲା ସମ୍ପର୍କ। ତା’ ପରେ ପ୍ରେମ। ଆଉ ସେହି ପ୍ରେମରୁ ସିଧା ବାହାଘର। ତା ପୁଣି ଗ୍ରାମବାସୀଙ୍କ ଜୋରଜବରଦସ୍ତିରେ। ଗ୍ରାମବାସୀ ଏବଂ ପରିବାର ଲୋକେ ଏଭଳି ଏକ ସଂପର୍କକୁ ବିବାହରେ ପରିଣତ କରାଇଛନ୍ତି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

ଘଟଣାଟି ଥିଲା ଏମିତି। ସ୍ଥାନୀୟ ଏକ ଗାଁର ଜଣେ ଯୁବତୀ ଏବଂ ନିକଟ କୁବାବୁପାଟଣାର ଜଣେ ଯୁବକଙ୍କ ମଧ୍ୟରେ ପ୍ରଥମେ ଫେସ୍‌ବୁକରେ ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ସେହି ସମ୍ପର୍କରୁ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ବି ଚାଲିଥିଲା। ଯୁବକଙ୍କ ଗାଁ ଯୁବତୀଙ୍କ ଗାଁ ପାଖାପାଖି ହୋଇଥିବାରୁ ଯୁବକ ଜଣଙ୍କ ନିଜ ପ୍ରେମିକାକୁ ଦେଖା କରିବାକୁ ସବୁଦିନେ ଆସିଥାନ୍ତି।  ଯୁବତୀଙ୍କ ଘର ଲୋକେ ଏହାକୁ ବିରୋଧ କରି ଆସୁଥିଲେ।

ଘଟଣାକ୍ରମରେ ଯୁବକ ଜଣକ ଗତକାଲି ସକାଳେ ଯୁବତୀ ଘରକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ଘରେ କେହି ନ ଥିଲେ। ଯୁବକ ଜଣଙ୍କ ଜାଣିନଥିଲେ, ଏହି ସାକ୍ଷାତ ତାଙ୍କୁ ଭାରି ପଡ଼ିବ ବୋଲି। ଲୁଚିଛପି ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଯୁବକ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ଗତ ରାତିରେ ଗାଁ ଲୋକେ ଉଭୟଙ୍କୁ ଧରି ବିବାହ କରି ଦେଇଥିଲେ। ଦୁଇ ପରିବାର ସଦସ୍ୟଙ୍କ ସହମତିରେ ଏହି ବିବାହ ହୋଇଥିଲା।

ତେବେ ଏନେଇ ଭଭୟ ଯୁବକ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନି।

Related story