ମୃତଦେହ ଖୋଳି ବାହାର କରିବା ଜିଦ୍‌ରେ ରାସ୍ତା ଅବରୋଧ, ଛତିଶଗଡ଼କୁ ଯାତାୟତ ବନ୍ଦ

ଉମରକୋଟ(କାର୍ତ୍ତିକ ମଲିକ): ରାସ୍ତା ପାର୍ଶ୍ୱ ଏକ ଘର ନିକଟ ସରକାରୀ ଜମିରେ ମୃତଦେହ ପୋତିବାକୁ ବିରୋଧ କରି ଗ୍ରାମବାସୀଙ୍କ ଦ୍ୱାରା ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ। ଉମରକୋଟ ସହର ଓ୍ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା। ଏହାକୁ ବିରୋଧ କରି ଏକତାଗୁଡ଼ା ଗ୍ରାମବାସୀଙ୍କ ଦ୍ୱାରା ଗତକାଲିଠାରୁ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ […]

road-blok

road-blok

Niranjan Mishra
  • Published: Saturday, 10 September 2022
  • Updated: 10 September 2022, 05:50 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲିକ): ରାସ୍ତା ପାର୍ଶ୍ୱ ଏକ ଘର ନିକଟ ସରକାରୀ ଜମିରେ ମୃତଦେହ ପୋତିବାକୁ ବିରୋଧ କରି ଗ୍ରାମବାସୀଙ୍କ ଦ୍ୱାରା ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ। ଉମରକୋଟ ସହର ଓ୍ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା।

ଏହାକୁ ବିରୋଧ କରି ଏକତାଗୁଡ଼ା ଗ୍ରାମବାସୀଙ୍କ ଦ୍ୱାରା ଗତକାଲିଠାରୁ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଫଳରେ ଜୟପୁରଠାରୁ ରାଇଘର ଏବଂ ଛତିଶଗଡ଼କୁ ଯାତାୟତ ବନ୍ଦ ହୋଇଯାଇଛି। ଶତାଧିକ ଗାଡ଼ିମୋଟର ଉଭୟ ପାର୍ଶ୍ୱରେ ଅଟକି ରହିଛି। ମୃତଦେହକୁ ସେଠାରୁ ନ ହଠାଇବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

ଘଟଣାସ୍ଥଳରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଏସଡିପିଓ, ତହସିଲଦାର ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଲୋକେ ଜିଦ୍‌ରେ ଅଟଳ ରହିଛନ୍ତି।

ସୂଚନା ଅନୁଯାୟୀ, ମୃତକଙ୍କ ପରିବାର ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ସ୍ଥାନୀୟ ଲୋକେ ଏକତାଗୁଡ଼ାରେ ମୃତଦେହ ପୋତାଯିବାକୁ ବିରୋଧ କରିଛନ୍ତି। ଏଥିସହ ମୃତକଙ୍କ ଗାଁ ମଶାଣିରେ ମୃତଦେହ ପୋତିବାକୁ ଦାବି କରିଛନ୍ତି। ତହସିଲଦାରଙ୍କ ନିଷ୍ପତ୍ତି ମୁତାବକ ମୃତଦେହକୁ ପୋତା ଯାଇଥିବାରୁ ଏହାକୁ ସମାଲୋଚନା କରାଯାଇଛି। ଏଭଳି ଘଟଣାକୁ ନେଇ ଲୋକେ ରାସ୍ତାରୋକ କରିଛନ୍ତି। ସେପଟେ ଅନ୍ୟ କୌଣସି ଠାରେ ମୃତଦେହ ପୋତିବାକୁ ସ୍ଥାନ ଦେଲେ ପୋତାଯାଇଥିବା ମୃତଦେହକୁ ବାହାର କରି ପୁନଶ୍ଚ ପୋତିଦେବେ ବୋଲି ମୃତକଙ୍କ ସମ୍ପର୍କିୟ କହିଛନ୍ତି।

ଏକତାଗୁଡ଼ା ବାସିନ୍ଦା ପ୍ରତିମା ବେହେରା କହିଛନ୍ତି, ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ। ତାଙ୍କ ଘର ଏଠାରୁ ବହୁତ ଦୂର। ହେଲେ ଗାଁ ଲୋକେ ବୁଲାଚଲା କରୁଥିବା ଏକ ସ୍ଥାନରେ ମୃତଦେହକୁ ସମସ୍ତଙ୍କ ଅଜଣାତରେ ପୋତି ଦିଆଯାଇଛି। ତେଣୁ ମୃତଦେହ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଁ ଶ୍ମଶାନକୁ ନେଇ ପୋତାଯାଉ। ସମସ୍ତେ ଗଣେଶ ଭସାଣିରେ ମସଗୁଲ ଥିବା ବେଳେ ତହସିଲଦାର ଓ ପୁଲିସ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି। ମୃତଦେହ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ।

ସେପଟେ ଉମରକୋଟ ବିଧାୟକ ନିତ୍ୟାନନ୍ଦ କହିଛନ୍ତି, ଗଣ୍ଡ ଏଭଳି ଘଟଣା ପ୍ରଶାସନିକ ଭୁଲ ନିଷ୍ପତ୍ତି ଯୋଗୁ ହୋଇଛି। ଏହାର ସମାଧାନ ନିମନ୍ତେ ପ୍ରୟାଶ କରାଯାଉଛଇ। ସେହିପରି ଉମରକୋଟ ଏସଡିପିଓ ସୁବେନ୍ଦୁ ସବର ମଧ୍ୟ କହିଛନ୍ତି, ଯଥାଶୀଘ୍ର ଘଟଣାର ସମାଧାନ ନିମନ୍ତେ ପ୍ରୟାଶ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos